www.samajalive.in
Tuesday, December 9, 2025
16.1 C
Bhubaneswar

ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା

ଫୁଲବାଣୀ:ଜିଲା ନିର୍ବାଚନ ଅଧିକାରୀ -ତଥା- କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ୍ ଆଜି ସଦ୍ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ କନ୍ଧମାଳ ଜିଲାରେ ପଞ୍ଝମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ହେବ।

୨୬.୦୪.୨୦୨୪ରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶନ ହେବ। ମେ ୩ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ ଏବଂ ୬ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ ଏବଂ ୨୦ ତାରିଖ ଦିନ ମତଦାନ ହେବ। ତେବେ ମତଦାନ ଓ ଭୋଟ ଗଣନାର ଅବ୍ୟବହିତ ପୂର୍ବରୁ ଶ୍ରୀ ପାଟିଲ୍ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିଯୁକ୍ତ ହୋଇଥିବା ସମସ୍ତ ନୋଡାଲ ଅଧିକାରୀ, ଉପଜିଲାପାଳ, ରିଟର୍ଣ୍ଣିଂ ଅଫିସର୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ଆକାଉଣ୍ଟିଂ ଟିମ୍, ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଟିମ୍, ସ୍ଟାଟିକ୍ ସର୍ଭେଲାନ୍ସ ଟିମ୍, ଭିଡିଓ ସର୍ଭେଲାନ୍ସ ଟିମ୍, ଭିଡିଓ ଭ୍ୟୁଇଙ୍ଗ୍ ଟିମ୍, ସହକାରୀ ବ୍ୟୟ ପର୍ଯ୍ୟବେକ୍ଷକ ଟିମ୍ର ସଦସ୍ୟ/ସଦସ୍ୟା ମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ବୈଠକ କରିଛନ୍ତି।

- Advertisement -

ଜିଲାର ସମସ୍ତ ରିଟର୍ଣ୍ଣିଂ ଅଫିସର୍ମାନଙ୍କୁ ୨୬ ତାରିଖ ଦିନ ଫର୍ମ-୧ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, ପୋଷ୍ଟାଲ ବାଲାଟ୍ ପାଇଁ ଆବେଦନ ପତ୍ର ପୂର୍ବରୁ ପଠାଯାଇଥିବା ସଂଶୋଧିତ ଫର୍ମାଟରେ ପୂରଣ କରି ଦାଖଲ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ସମୁଦାୟ ୩୯୫ ଗୋଟି ୱେବ୍ କାଷ୍ଟିଙ୍ଗ ବୁଥ୍ ପାଇଁ କ’ଣ ସବୁ ଆବଶ୍ୟକତା ରହିଛି ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଜଣାଇବାକୁ ପରାମର୍ଶ ଦେଇଥିଲେ। ୱେବ୍ କାଷ୍ଟିଙ୍ଗ ଏଜେନ୍ସି କାମରେ ସହଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ହେବାକୁ ଥିବା ସମସ୍ତ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଗଠିତ ହୋଇଥିବା ବିଭିନ୍ନ ଟିମ୍ର ସଦସ୍ୟ ସଦସ୍ୟାମାନେ ସେମାନଙ୍କ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବାକୁ ପରାମର୍ଶ ଦେଇଥିଲେ। ଆଦର୍ଶ ଆଚରଣ ବିଧି, ବାଲାଟ ପେପର ଛପା କାର୍ଯ୍ୟ, ଭୋଟର ତାଲିକା ଯାଞ୍ଝ କରିବା, ଭୋଟ ଗଣତି ପାଇଁ ନୋଡାଲ ଅଧିକାରୀ ନିଯୁକ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲ୍ଦାର ଏବଂ ସେକ୍ଟର ଅଫିସରଙ୍କ ଉପସ୍ଥିତିରେ କମିସନିଂ, ୭୦ ବର୍ଷ ଓ ୮୦ ବର୍ଷ ବୟସର ଭୋଟର ମାନଙ୍କ ସୁବିଧା ନିମନ୍ତେ ସ୍ୱେଚ୍ଛାସେବୀ ନିଯୁକ୍ତି ଉପରେ ଆଲୋଚନା କରିଥିଲେ।

ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲା ପରିଷଦ ରତ୍ନାକର ସାହୁ, ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲାପାଳ (ନିର୍ବାଚନ) ରମେଶ ଚନ୍ଦ୍ର ଜେନା, ଉପ-ଜିଲ୍ଲାପାଳ ବାଲିଗୁଡ଼ା ଡା.ରୀନା ପ୍ରଧାନ, ଉପ-ଜିଲ୍ଲାପାଳ କନ୍ଧମାଳ ଚିତ୍ତରଞ୍ଜନ ମହନ୍ତ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ସୁଶ୍ରୀ ଦେବାଯାନୀ ଭୁୟାଁ, ଡେପୁଟି କଲେକ୍ଟର, ନିର୍ବାଚନ ଡି. ମାଲେଶ୍ୱର ପାତ୍ରଙ୍କ ସମେତ ନିର୍ବାଚନ ସହିତ ସଂଶ୍ଲିଷ୍ଟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories