www.samajalive.in
Monday, December 8, 2025
17.1 C
Bhubaneswar

ଭୀଷଣ ଖରା ପାଇଁ ପ୍ରଚାର ମାନ୍ଦା

ଭଞ୍ଜନଗର: ଗଞ୍ଜାମ ଜିଲାର ଭଞ୍ଜନଗର ବିଧାନସଭା ଆସନ ଭଂଜନଗର ବ୍ଲକ, ଭଂଜନଗର ଏନ୍‍ଏସି ଏବଂ ଜଗନ୍ନାଥପ୍ରସାଦ ବ୍ଲକକୁ ନେଇ ଗଠିତ। ଏହି ନିର୍ବାଚନ ମଣ୍ଡଳୀରେ ୨୦୨୪ ନିର୍ବାଚନରେ ମୋଟ ୨,୩୮,୯୩୩ ମତଦାତା ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ପୁରୁଷ ଭୋଟର ୧,୨୩,୫୨୧ ଓ ମହିଳା ଭୋଟର ୧,୧୫,୩୯୫ ଅଛନ୍ତି। ନୂତନ ଭାବେ ୫୨୮୦ ଭୋଟର ନିଜର ନାମ ପଞ୍ଜିକୃତ କରିଥିବାବେଳେ ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଭୋଟର ସଂଖ୍ୟ ୪୧୪୮ ଏବଂ ଭିନ୍ନକ୍ଷମ ଭୋଟର ସଂଖ୍ୟା ୩୪୦୩ ରହିଛି।

ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ବିଜେଡିରୁ ଛଅ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିକ୍ରମ କେଶରୀ ଆରୁଖ ପୁନର୍ବାର ୭ମ ଥର ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ବିଜେପିରୁ ପ୍ରଦ୍ୟୁମ୍ନ ନାୟକ ନିର୍ବାଚନ ଲଢୁଛନ୍ତି। ଶ୍ରୀ ନାୟକ ୨୦୧୯ ନିର୍ବାଚନରେ ବିଜେପିରୁ ନିର୍ବାଚନ ଲଢି ୨ୟ ସ୍ଥାନରେ ରହିଥିଲେ। ସେହିପରି କଂଗ୍ରେସରୁ ପ୍ରଶାନ୍ତ ବିଶୋୟୀ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଶ୍ରୀ ବିଶୋୟୀ ପ୍ରଥମ ଥର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଭଂଜନଗର କଂଗ୍ରେସକୁ ଚଳ ଚଞ୍ଚଳ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି।

- Advertisement -

୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ୭୬,୮୭୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ପ୍ରଦ୍ୟୁମ୍ନ ନାୟକ ୬୬,୭୭୬ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସରୁ ସଂଜୟ କୁମାର ତ୍ରିପାଠୀ ୭,୦୬୯ ଖଣ୍ଡ ଭୋଟ ପାଇ ବହୁ ବ୍ୟବଧାନରେ ରହିଥିଲେ। ଚଳିତ ସାଧାରଣ ନିର୍ବାଚନରେ ବିଜେଡିରୁ ୭ମ ଥର ପାଇଁ ନିର୍ବାଚନ ଲଢୁଥିବା ବିଜେଡିର ତୁଙ୍ଗ ନେତା ଶ୍ରୀ ଆରୁଖ ପୁନର୍ବାର ନିଜ ଆସନ ଦଖଲ ପାଇଁ ରାଜନୈତିକ ରଣ କୌଶଳ ପ୍ରସ୍ତୁତ କରିଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ବୀ ବିଜେପି ପ୍ରାର୍ଥୀ ଶ୍ରୀ ନାୟକ ଓ କଂଗ୍ରେସ ପ୍ରାର୍ଥୀ ଶ୍ରୀ ବିଶୋୟୀ ମଧ୍ୟ ବିଜୟ ଲକ୍ଷ୍ୟ ନେଇ ପ୍ରୟାସ ଚଳାଇଛନ୍ତି।

ଗତ କିଛି ଦିନ ଧିରି ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ରାଜନୈତିକ ଦଳର ନେତା ଓ କର୍ମକର୍ତ୍ତା ଗାଁ ଗଣ୍ଡା ଓ ଘର ଘର ବୁଲି ପ୍ରଚାର କରିବାରେ ବାଧା ଉପୁଜିଛି। ପ୍ରଚାର ଜୋର୍‌ ଧରିନଥିଲେ ମଧ୍ୟ ନିଜ ନିଜ ଦଳୀୟ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟ ନେଇ ପ୍ରାର୍ଥୀଙ୍କ ପକ୍ଷରୁ ଆଭ୍ୟନ୍ତରୀଣ ପ୍ରସ୍ତୁୂତି ଜୋରଦାର ଆରମ୍ଭ ହୋଇଛି। ଇତି ମଧ୍ୟରେ ବିଜେଡି ଭଂଜନଗର ସହରରେ ବାଇକ ଶୋଭାଯାତ୍ରା, ରୋଡ ଶୋ’ ଓ ନିର୍ବଚାନୀ ସଭା କରିଥିବା ବେଳେ କଂଗ୍ରେସ ମଧ୍ୟ ଅନୂରୁପ ଭାବେ ବାଇକ ଶୋଭାଯାତ୍ରା ଓ ରୋଡ ଶୋ’ କରିଛି।

ବିଜେପି ବାଇକ ଶୋଭାଯାତ୍ରା ଓ ରୋଡ ଶୋ’ ପାଇଁ ପ୍ରସ୍ତୁତି ଚଳାଇଛି। ନିିର୍ବାଚନ ସମୟରେ ସୁରତରେ ରହୁଥିବା ଗଂଜାମ ଜିଲାର ବହୁ ପ୍ରବାସୀ ଓଡିଆ ନିଜ ନିଜ ଭିଟାମାଟିକୁ ଫେରି ନିର୍ବାଚନରେ ଅଂଶ ଗ୍ରହଣ କରିବା ଲକ୍ଷ୍ୟ କରାଯାଇଛି। ଫଳରେ ଗାଁ ଗାଁରେ ନିର୍ବାଚନୀ ଉଷ୍ମତା ଓ ମୁହାଁମୁହିଁ ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ ବାରମ୍ବାର ଫ୍ଲାଗ୍‍ମାର୍ଚ୍ଚ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସଚେତନତା ସୃଷ୍ଟି କରିବାରେ ଲାଗିଛି। ପୂର୍ବ ମାମଲାକୁ ଆଧାର କରି ଶହ ଶହ ଲୋକଙ୍କ ନାମରେ ଏହି ୪ ଥାନା ତରଫରୁ ୧୦୭ ଓ ୧୧୦ ପିଆର ନୋଟିସ୍‍ ଦିଆଯାଇଛି।

ଏହାବ୍ୟତୀତ ଭଂଜନଗର ବିଧାନସଭା ନିର୍ବାଚନ କ୍ଷେତ୍ର କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ସମ୍ମାନର ପ୍ରଶ୍ନ ହୋଇ ରହିଛି। କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡିରୁ ଡ. ଅଚ୍ୟୁତ ସାମନ୍ତ, ବିଜେପିରୁ ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସରୁ ଅମୀରଚାନ୍ଦ ନାୟକ ନିର୍ବାଚନ ଲଢୁଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories