www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳସ୍ତମ୍ଭ

ଭୁବନେଶ୍ୱର: ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳସ୍ତମ୍ଭ। ଭାରତୀୟ ଗଣତନ୍ତ୍ର ସମଗ୍ର ବିଶ୍ୱରେ ଏହାର ମୁକ୍ତ, ଅବାଧ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ନିର୍ବାଚନ ପ୍ରକ୍ରିୟା ପାଇଁ ପ୍ରସିଦ୍ଧ। ଏହି ପ୍ରତିଷ୍ଠାକୁ ବଜାୟ ରଖ#ବା ପାଇଁ ଓ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।

ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଭୁବନେଶ୍ୱର ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତି୍ରପାଠୀ (ଅବସରପ୍ରାକ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ), ପୋଲିସ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ରଜନୀକାନ୍ତ ମିଶ୍ର (ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା ଅଧ#କାରୀ), ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ଶ୍ରୀମତୀ ହିମାଲିନୀ କାଶ୍ୟପ (ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧ#କାରୀ)ଙ୍କ ଉପସ୍ଥିତିରେ ରାଜ୍ୟର ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ସର୍ବୋଚ୍ଚ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ଏଭଳି ମତ ପ୍ରକାଶ କରିଛନ୍ତି।

- Advertisement -

ବୈଠକରେ ନିଜର ପ୍ରାରମ୍ଭିକ ବକ୍ତବ୍ୟ ରଖ# ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ଗୁରୁଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଅନୈତିକ ଉପାୟରେ ବ୍ୟବହୃତ ହେଉଥିବା ଧନବଳ, ମାଦକ ଦ୍ରବ୍ୟ ଓ ଉପହାର ଆଦିକୁ ରୋକିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ସକି୍ରୟ ନିୟନ୍ତ୍ରଣ ବ୍ୟବସ୍ଥା ବିଷୟରେ ଶ୍ରୀ ଧଳ ଆଲୋଚନା କରିଥିଲେ।

ଏହି ଅବସରରେ ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ଯଥା-ଓଡ଼ିଶା ପୋଲିସ, ଅବକାରୀ ବିଭାଗ, ଆୟକର ବିଭାଗ, ରାଜ୍ୟ ଜିଏସ୍ଟି, କେନ୍ଦ୍ର ଜିଏସ୍ଟି, ବ୍ୟାଙ୍କସମୂହ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଏୟାରପୋର୍ଟ ଅଥରିଟି, ଡାକ ବିଭାଗ, ସିଆଇଏସ୍ଏଫ୍, ଆର୍ପିଏଫ୍, ଏନ୍ସିବି, ରାଜସ୍ୱ ଗୁଇନ୍ଦା ବିଭାଗ, ଜଙ୍ଗଲ ବିଭାଗ, ଭାରତୀୟ କୋଷ୍ଟ ଗାର୍ଡ଼, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ବେସାମରିକ ବିମାନ ଚଳାଚଳ ବିଭାଗ ଓ ସିଆର୍ପିଏଫ୍ର ରାଜ୍ୟ ନୋଡାଲ ଅଧ#କାରୀମାନେ ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ସମ୍ମୁଖରେ ନିର୍ବାଚନ ପ୍ରସ୍ତୁତି, ଜବତ ବ୍ୟବସ୍ଥା ଓ ତା’ର କାର୍ଯ୍ୟାନ୍ୱୟନ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ରଖିଥିଲେ।

ଏହି ପିପିଟି ପ୍ରେଜେଣ୍ଟେସନ୍ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଦ୍ୱାରା ହିଁ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସମ୍ଭବ ବୋଲି ମତପ୍ରକାଶ କରିଥ#ଲୋ ଏହି ମର୍ମରେ ରାଜ୍ୟ ସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରବର୍ତ୍ତନ ସଂସ୍ଥାମାନେ ସମନ୍ୱୟ ମାଧ୍ୟମରେ ହିଁ ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବାରେ ସର୍ବଥା ଚେଷ୍ଟିତ ରହିବାକୁ ସେ ପ୍ରେରିତ କରିଥିଲେ।

ବୈଠକରେ ଉପସ୍ଥାପିତ ତଥ୍ୟ ଅନୁସାରେ ସାଧାରଣ ନିର୍ବାଚନ-୨୦୨୪ରେ ୨୦.୮ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥ#ବାବେଳେ ସାଧାରଣ ନିର୍ବାଚନ-୨୦୧୯ରେ ୪୪.୦୭ କୋଟି ଟଙ୍କାର ସମଗ୍ରୀ ଜବତ ହୋଇଥ#ଲାା କିନ୍ତୁ ସାଧାରଣ ନିର୍ବାଚନ-୨୦୨୪ରେ ସମସ୍ତ ସଂସ୍ଥା ମିଶି ଜାନୁଆରୀ ୧ରୁ ଫେବୃଆରୀ ୨୯ ମଧ୍ୟରେ ୭୬.୪୦ କୋଟି ଓ ମାର୍ଚ୍ଚ ୧ରୁ ଅପ୍ରେଲ ୨୨ ପର୍ଯ୍ୟନ୍ତ ୧୩୬.୯୪ କୋଟି ଟଙ୍କାର ସାମଗ୍ରୀ ଜବତ କରିସାରିଛନ୍ତିା ପ୍ରବର୍ତ୍ତନ ସଂସ୍ଥାମାନେ ମୁଖ୍ୟ ନିର୍ବାଚନ ଅଧ#କାରୀଙ୍କ ନିର୍ଦ୍ଦେଶରେ “ଜିରୋ ଟଲରାନ୍ସ ଆପ୍ରୋଚ୍’ ସହ ଅର୍ଥବଳ, ମାଦକ ଦ୍ରବ୍ୟ ଓ ଲୋଭନୀୟ ବସ୍ତୁର ପ୍ରଭାବକୁ ପ୍ରତିହତ କରି ରାଜ୍ୟରେ ମୁକ୍ତ, ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତିା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories