www.samajalive.in
Friday, December 5, 2025
23.1 C
Bhubaneswar

ଆରସିବିକୁ ୨୨୩ ରନ୍‌ର ଟାର୍ଗେଟ ଦେଲା କେକେଆର୍‌

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରବିବାର ୨ଟି ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ କଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର) ମୁହାଁମୁହିଁ ହୋଇଛନ୍ତି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କେକେଆର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ  ୨୨୨ ରନ୍‌ ସଂଗ୍ରହ କରିଛି। ଫଳରେ ଆରସିବିକୁ ମ୍ୟାଚରେ ବିଜୟୀ ହେବାକୁ ହେଲେ ୨୨୩ ରନ୍‌ ସଂଗ୍ରହ କରିବାକୁ ପଡ଼ିବ।

କେକେଆର ଆରମ୍ଭରୁ ଭଲ ଖେଳିଥିଲେ ହେଁ ଆରସିବିର ଘାତକ ବୋଲିଂ ଯୋଗୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୪.୨ ଓଭରରେ ଦଳ ୫୬ ରନ୍‌ ସଂଗ୍ରହ କରିନେଇଥିବାବେଳେ ପ୍ରଥମ ୱିକେଟ୍‌ରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଫିଲ୍‌ ସଲ୍‌ଟ(୪୮ ରନ୍‌, ୧୪  ବଲ)ଙ୍କୁ ହରାଇଥିଲା। ଏହା ପରେ ଦୟାଲ୍‌ ଗୋଟିଏ ଓଭରରେ ସୁନିଲ ନାରିନ୍‌ ଏବଂ ଅଙ୍ଗ୍‌କ୍ରିଶ ରଘୁବଂଶୀଙ୍କୁ ଆଉଟ୍‌ କରି କେକେଆରକୁ ବ୍ୟାଟି ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଥିଲେ। ପରେ ଅଧିନାୟକ ଶ୍ରେୟସ ଆୟର ଏବଂ ରିଙ୍କୁ ସିଂ ଦଳର ସ୍ଥିତିକୁ ସମ୍ଭାଳି ନେଇଥିଲେ। ତଥାପି ଆରସିବି ବୋଲରଙ୍କ ସମ୍ନାରେ ରିଙ୍କୁ ସିଂ ବେଶି ସମୟ ତିଷ୍ଠି ପାରି ନ ଥିଲେ। ରିଙ୍କୁ ୧୬ ବଲରେ ୨୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ତେବେ ଅଧିନାୟକ ଶ୍ରେୟସଙ୍କ ଅର୍ଦ୍ଧଶତକ (୫୦ ରନ୍‌, ୩୬ ବଲ) ଏବଂ ରମଣଦୀପ ସିଂହଙ୍କ(୨୪ ରନ୍‌, ୯ବଲ) ବିସ୍ଫୋରକ ଇନିଂସ ବଳରେ ଦଳ ୨୦ ଓଭରରେ ୨୨୨ ରନ୍‌ କରିବାକୁ ସକ୍ଷମ ହୋଇପାରିଥିଲା। ଆରସିବି ବୋଲର ୟାସ ଦୟାଲ ଏବଂ କ୍ୟାମେରନ୍‌ ଗ୍ରୀନ ୨ଟି ଲେଖାଏ ୱିକେଟ୍‌ ନେଇଥିଲା ବେଳେ ମହମ୍ମଦ ସିରାଜ ଏବଂ ଲୋକି ଫର୍ଗୁସନ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories