Patra electronics

‘ଜୁନ୍ ୨୦୨୪’ ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ଡେସ୍କ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ – ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା, ୟୁଜିସି ନେଟ୍ ଜୁନ୍ ୨୦୨୪ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟରେ ଉପଲବ୍ଧ ଲିଙ୍କ ମାଧ୍ୟମରେ ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ମେ’ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଅନଲାଇନ ମାଧ୍ୟମରେ ପରୀକ୍ଷା ଫି’ ଦାଖଲ କରିବାର ଶେଷ ତାରିଖ ମେ’ ୧୧ରୁ ୧୨ ତାରିଖ ପର୍ଯ୍ୟନ୍ତ ରହିଛି। ସଂଶୋଧନ ୱିଣ୍ଡୋ ମେ’ ୧୩ ତାରିଖରେ ଖୋଲିବ ଏବଂ ମେ’ ୧୫ ତାରିଖରେ ବନ୍ଦ ହେବ। ୟୁଜିସିର ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ‘ଜୁନିୟର ରିସର୍ଚ୍ଚ ଫେଲୋସିପ୍’ ପ୍ରଦାନ ଏବଂ ‘ଆସିଷ୍ଟାଣ୍ଟ ପ୍ରଫେସର’ ଭାବେ ନିଯୁକ୍ତି ଏବଂ ୮୩ଟି ବିଷୟରେ ପିଏଚ୍ଡିରେ ନାମଲେଖା ପାଇଁ ଚଳିତ ବର୍ଷ ଜୁନ୍ ୧୬ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ କେବଳ ଗୋଟିଏ ଆବେଦନ ପୂରଣ କରିପାରିବେ। ଯେଉଁମାନେ ଏକାଧିକ ଆବେଦନ ଫର୍ମ ପୂରଣ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଜିସି କହିଛି।

Comments are closed.