www.samajalive.in
Monday, December 8, 2025
17.1 C
Bhubaneswar

ବଦଳିଲା ଦୂରଦର୍ଶନ ଲୋଗୋର ରଙ୍ଗ: ନାଲି ବଦଳରେ ଏବେ ଦିଶିବ ଅରେଞ୍ଜ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଇତିମଧ୍ୟରେ ଦୂରଦର୍ଶନ ଲୋଗୋର ରଙ୍ଗକୁ ପରିବର୍ତ୍ତନ କରିଥିବାବେଳେ ଏହାକୁ କେନ୍ଦ୍ରକରି ବିରୋଧୀ ଦଳଗୁଡିକ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ପୂର୍ବରୁ ଦୂରଦର୍ଶନ ଲୋଗୋ ଲାଲରଙ୍ଗ ଥିବାବେଳେ ବର୍ତ୍ତମାନ ଏହା ଗୈରିକ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଲୋକସଭା ନିର୍ବାଚନ ଚାଲିଥିବାବେଳେ ହଠାତ୍‌ ଦୂରଦର୍ଶନ ଲୋଗୋର ରଙ୍ଗକୁ କାହିଁକି ପରିବର୍ତ୍ତନ କରାଗଲା, ସେଥିନେଇ ବିରୋଧୀ ଦଳଗୁଡିକ ପ୍ରଶ୍ନ କରିଛନ୍ତି। ବିଜେପି ଦଳୀୟ ପତାକା ରଙ୍ଗ ଗୈରିକ ହୋଇଥିବାବେଳେ ସରକାର ଜାତୀୟ ଗଣମାଧ୍ୟମର ଲୋଗୋକୁ ଏହି ରଙ୍ଗରେ ପରିଣତ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ବିରୋଧୀ କହିଛନ୍ତି। ଦୂରଦର୍ଶନ ଲୋଗୋ ରଙ୍ଗ ବଦଳାଇବା ବେଆଇନ ବୋଲି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ବର୍ତ୍ତମାନ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଚରଣ ବିଧି ଲାଗୁ ହୋଇସାରିଥିବାବେଳେ ନିର୍ବାଚନ କମିସନ କିପରି ଏପରି ନିଷ୍ପତ୍ତିକୁ ଅନୁମତି ଦେଇଛନ୍ତି ବୋଲି ମମତା ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୂରଦର୍ଶନ ଓ ପ୍ରସାର ଭାରତୀର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଜବାହାର ସରକାର ସମାଲୋଚନା କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories