www.samajalive.in
Sunday, December 7, 2025
15.1 C
Bhubaneswar

ଗୋଟିଏ ଗୁଳିରେ ଦୁଇ ଶିକାର, କୁଶ ଜିଲା ବିଜେଡି ସଭାପତି

କେନ୍ଦୁଝରଗଡ଼଼: ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ପାଣିପାଗରେ ସେତିକି ପରିବର୍ତ୍ତନ ହେବାରେ ଲାଗିଛି। କେନ୍ଦୁଝର ଜିଲା ଚମ୍ପୁଆ ନିର୍ବାଚନମଣ୍ଡଳୀର ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦି ପୂର୍ବତନ ସ୍ୱାଧିନ ବିଧାୟକ ସନାତନ ମହାକୁଡ ଓ ଜିଲା ବିଜେଡିର ବରିଷ୍ଠ ଉପସଭାପତି କୁଶ ଆପଟ୍ଟଙ୍କୁ ଶାସକ ବିଜେଡି ଯେଭଳି ଭାବେ ଗୋଟିଚାଳନା କରି ଦୁଇ ନେତାଙ୍କୁ ଶୃଙ୍ଖଳିତ ଭାବେ ଥଇଥାନ କରିବାରେ ସକ୍ଷମ ହୋଇଛି ଏହା ଶାସକ ବିଜେଡିର ଗୋଟିଏ ଗୁଳିରେ ଦୁଇଟି ଶୀକାର ବୋଲି ରାଜନୀତି ବିଶାରଦ ମହଲରେ ବେଶ୍‌‌ ଆଲୋଚନା ହେଉଛି।

୨୦୦୯ ନିର୍ବାଚନରେ ଚମ୍ପୁଆ ଆସନରୁ ଜିତୁ ପଟ୍ଟନାୟକ ସ୍ୱାଧିନ ଭାବେ ଲଢ଼ି ୨୭୭୦୦ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସନାତନ କଂଗ୍ରେସରୁ ଲଢ଼ି ୨୭୫୫୫ଖଣ୍ଡ ଓ କୁଶ ଆପଟ ସ୍ୱାଧିନ ଭାବେ ଲଢ଼ି ୨୬୨୮୦ଖଣ୍ଡ ଭୋଟ ପାଇଥିଲେ। ସେହିଭଳି ୨୦୧୪ ନିର୍ବାଚନରେ ସନାତନ ସ୍ୱାଧିନ ଭାବେ ଲଢ଼ି ୬୯୬୩୫ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କୁଶ ଆପଟ ସ୍ୱାଧିନ ଭାବେ ଲଢ଼ି ୫୪୯୫୭ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଓ ବିଜେଡି ପ୍ରାର୍ଥୀ ହାସ୍ୟାଭିନେତା ତତ୍ତ୍ୱପ୍ରକାଶ ଶତପଥୀ ମାତ୍ର ୧୦୨୩୩ଖଣ୍ଡ ଭୋଟ ପାଇଥିଲେ। ସନତାନ ଓ କୁଶ ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦି ୨୦୧୯ ନିର୍ବାଚନରେ ଯଦିଓ ପ୍ରତିଦ୍ୱନ୍ଦିତା କରିନଥିଲେ ସନାତନ ନିଜ ଅନୁଗତ ମିନାକ୍ଷୀଙ୍କୁ ବିଜେଡିରୁ ପ୍ରାର୍ଥୀ କରାଇ ବିଜୟୀ କରିଥିବା ବେଳେ କୁଶ ନୀରବ ରହି ଦଳୀୟ ପ୍ରାର୍ଥୀଙ୍କ ପ୍ରତି ନୈତିକ ସମର୍ଥନ ଦେଇଥିଲେ। ତେବେ ଚଳିତ ନିର୍ବାଚନରେ ଏହି ଦୁଇ ନେତା ପୁଣିଥରେ ନିର୍ବାଚନ ମଇଦାନରେ ଓହ୍ଲାଇବା ନେଇ ନିଜ ନିଜସ୍ତରରେ ଉଦ୍ୟମ ଜାରି ରଖିଥିବା ବେଳେ ନିକଟରେ କୁଶଙ୍କୁ ଭୁବନେଶ୍ୱର ଡକାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚମ୍ପୁଆ ରାଜନୀରେ ବଡ ପରିବର୍ତ୍ତନ ନେଇ କୁଶଙ୍କ ସମର୍ଥକ ଅଶାବାନ୍ଧିଥିଲେ। ତେବେ ଶନିବାର ଚମ୍ପୁଆର ପୂର୍ବତନ ବିଧାୟକ ସନାତନଙ୍କୁ ନବୀନ ପଟ୍ଟନାୟକ ଚମ୍ପୁଆ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ସନାତନଙ୍କ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦି କୁଶଙ୍କୁ ଜିଲା ବିଜେଡି ସଭାପତି ଘୋଷଣା ଗୋଟିଏ ଗୁଳିରେ ଦୁଇଟି ଶୀକାର ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଦୁଇ ନେତା ଜିଲା ବିଜେଡିରେ ସିଧାସଳଖ ସମ୍ପୃକ୍ତି ପରେ ଆଗାମୀ ଦିନରେ ଜିଲାରେ ବିଜେଡି ଆହୁରି ଅଧିକ ଶକ୍ତିଶାଳୀ ହେବବୋଲି ଅନୁମାନ କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories