ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ.. ତ୍ରିପୁରାରେ ୭୫%ରୁ ଅଧିକ ମତଦାନ..

ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ.. ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା..

ଝାରସୁଗୁଡା ଜିଲା ଲଖନପୁର ବ୍ଲକ ହୀରାକୁଦ ଡ୍ୟାମର ଶରଧାପାଲି ଗାଁ ନିକଟରେ ମହାନଦୀରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା.. ୧ ମୃତ, ୬ ନିଖୋଜ.. ପ୍ରାୟ ୪୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି..

ଗାନ୍ଧୀନଗରରୁ ପ୍ରାର୍ଥୀପତ୍ର ଦାଖଲ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ..

ଆସୁଛି କାଳବୈଶାଖୀ.. ତାତିରୁ ମିଳିବ ମୁକ୍ତି , କମିବ ତାପମାତ୍ରା.. ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ..

ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ପାର୍‌ ତାପମାତ୍ରା.. ୪୩.୮ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଭୁବନେଶ୍ଵର ୪୧.୪ ଡିଗ୍ରୀ..

ନନ୍ଦନକାନନରେ ଧଳା ବାଘୁଣୀ ମୃତ..

କଟକରେ ପୁଲିସ ପରିଚୟ ଦେଇ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍..

ବିଜେଡି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି.. ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବିରୋଧରେ ଫେରାଦ ହେଲା ବିଜେପି ଟିମ୍..

ବିଜେଡିରେ ସାମିଲ ହେଲେ କେନ୍ଦ୍ରାପଡ଼ା ଜିଲାର ବରିଷ୍ଠ ବିଜେପି ନେତା ବିଜୟ କେତନ ସ୍ୱାଇଁ.. ଶତାଧିକ ବିଜେପି କର୍ମୀଙ୍କ ସହ ବିଜେଡିରେ ସାମିଲ..

 

Comments are closed.