www.samajalive.in
Thursday, December 11, 2025
23.1 C
Bhubaneswar

କେନ୍ଦ୍ର ବିରୋଧରେ ଆକ୍ରାମକ ମୁଦ୍ରାରେ ବିଜେଡି

ଭୁୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ(ବିଜେଡି) କେନ୍ଦ୍ର ବିରୋଧରେ ନିଜର କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଉଛିି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ନେଇ ଦଳ ଅହରହ ସଂଗ୍ରାମ ଜାରି ରଖିବ। ସେହିପରି କୃଷକଙ୍କ ସ୍ୱାର୍ଥ ନେଇ ଦଳ କେନ୍ଦ୍ର ସରକାରଙ୍କ ପ୍ରତି ଆକ୍ରାମକ ମନୋଭାବ ପୋଷଣ କରିବ ବୋଲି ଜଣାପଡିଛି। ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ(ବିଜେଡି) ତା’ର ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏହି ଅବସରରେ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ବୋଲି ଜଣାପଡିଛି।

ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ଦଳର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଦଳୀୟ କର୍ମକର୍ତ୍ତା, ୱାର୍ଡ଼ କମିଟିର ସଭ୍ୟ/ସଭ୍ୟା, ଛାତ୍ର, ଯୁବ, ମହିଳା, କୃଷକ, ଅନୁସୁଚିତ ଜାତି ଏବଂ ଜନଜାତି, ଆନଜୀବୀ, ଶ୍ରମିକ ଏବଂ ଅନ୍ୟାନ୍ୟ ପ୍ରମୁଖ ସଂଗଠନର ସଭ୍ୟମାନଙ୍କୁ ସାମିଲ କରାଯିବ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ମର୍ମରେ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା/ଜିଲ୍ଲା ପର୍ଯ୍ୟବେକ୍ଷକ/ବିଧାୟକ,ବିଧାୟିକା/ସାଂସଦ/ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି/ ଛାମୁଆ ସଂଗଠନ ମାନଙ୍କର ରାଜ୍ୟ ସଭାପତି/ବ୍ଲକ ଓ ନଗର ସଭାପତିଙ୍କୁ ପତ୍ର ଲେଖିଛନ୍ତି।
କେନ୍ଦ୍ରର ମହାନଦୀ ଏବଂ ପୋଲାଭରମ୍‍ ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ବ୍ୟାପକ ଆଲୋଚନା କରିବା ପାଇଁ ଏଥିରେ କୁହାଯାଇଛି। ତେଣୁ ଏହି ପ୍ରସଙ୍ଗରେ ଦଳ କେନ୍ଦ୍ର ବିରୁଦ୍ଧରେ ଜନ ଆନ୍ଦେଳନକୁ ତୀବ୍ର କରିବ ବୋଲି ଜଣାପଡିଛି। ସହିପରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ନେଇ ଦଳ ଅହରହ ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ, ଆଗାମୀ ନିର୍ବାଚନକୁ ଧ୍ୟାନରେ ରଖି ଦଳ ଏହି ସବୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୁଦ୍ଧରେ ନିଜ ସ୍ୱର ଶାଣିତ କରିବ। ସେହିପରି ଗ୍ରାମ ପଞ୍ଚାୟତ ସ୍ତରରେ ଓ ସହରାଞ୍ଚଳରେ ପ୍ରତ୍ୟେକ ୱାର୍ଡରୁ ଅନ୍ୟୁନ ୨୦୦ ନୂତନ ସଭ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ବିରୋଧୀ ଦଳଗୁଡିକ ଦ୍ୱାରା ବିଭିନ୍ନ ସମୟରେ ରାଜ୍ୟର ଜନସାଧାରଣଙ୍କୁ ବିଭ୍ରାନ୍ତି ମଧ୍ୟରେ ରଖି ଭ୍ରମାତ୍ମକ ଏବଂ ହାନିକାରକ ତଥ୍ୟ ପରିବେଷଣ ବିରୋଧରେ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ଦଳର ସୁପ୍ରିମୋ ପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories