www.samajalive.in
Monday, December 8, 2025
13.1 C
Bhubaneswar

କାଙ୍ଗଶିରି ଗ୍ରାମବାସୀଙ୍କ ପ୍ରଶାସନକୁ ଲିଖିତ ଅଭିଯୋଗ, ସ୍ଥାୟୀ ପୋଲ ନାହିଁ ତ ଭୋଟ୍ ନାହିଁ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଦୁର୍ଗମ କାଙ୍ଗଶିରି ଗ୍ରାମବାସୀ ଗୁରୁବାର ବ୍ଲକକୁ ଆସି ନାଗାବଳୀ ନଦୀର ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ବିଡିଓ ମନୀଷା ଦାସଙ୍କ ଜରିଆରେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । କାଙ୍ଗଶିରି ଗ୍ରାମରେ ସ୍ଥାୟୀ ପୋଲ ନାହିଁ ତ ଭୋଟ୍ ନାହିଁ ଶୀର୍ଷକ ଖବର ‘ସମାଜ’ରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତତ୍ପରତା ଦେଖାଇ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ମନୀଷା ଦାସ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ବ୍ଲକ ସମ୍ପ୍ରସାରଣ ଅଧିକାରୀ ଚନ୍ଦନଦାସ ବାଙ୍ଗାରି ପ୍ରମୁଖ କାଙ୍ଗଶିରି ଗାଁରେ ପହଞ୍ଚି ସମସ୍ୟା ଅନୁଧ୍ୟାନ କରିଥିଲେ । ଗ୍ରାମର ସମସ୍ୟା ନେଇ ଏକ ଲିଖିତ ଅଭିଯୋଗ ଦେବା ପାଇଁ ବିଡିଓ କହିବା ପରେ ଆଜି ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଭୀମସେନ ବାଗଙ୍କ ସମେତ ଗ୍ରାମର ମାନୁ ଶିକକା, ଦୀପକ ହୁଈକା ପ୍ରମୁଖ ଉପସ୍ଥିତ ରହି ଲିଖିତ ଅଭିଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, କାଙ୍ଗଶିରି ଗାଁ ନିକଟରେ ଥିବା ନାଗାବଳୀ ନଦୀରେ ପୋଲ ନିର୍ମାଣ ହୋଇ ନଥିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଚାନ୍ଦା ଆଦାୟ କରି କାଠପୋଲ ନିର୍ମାଣ କରି ଯାତାୟତ କରୁଛନ୍ତି। ପୋଲ ନଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଯିବା ପାଇଁ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଦେଇ ପ୍ରାୟ ୫ କିମି ରାସ୍ତା ଅତିକ୍ରମ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢ଼ା, ସ୍ବାସ୍ଥ୍ୟସେବା, ପିଡିଏସ ସାମଗ୍ରୀ, ଅଙ୍ଗନବାଡି କେନ୍ଦ୍ରକୁ ଶିଶୁଙ୍କୁ ନେବା ଆଣିବା, ଶିଶୁ ଓଜନ, ଛତୁଆ, ଅଣ୍ଡା ଆଣିବା ସହ ଅନ୍ୟ କିଛି ଗୁରୁତ୍ବୁପୂର୍ଣ୍ଣ କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କ ପାଇଁ ଏହି ନଦୀ ବାଧକ ସାଜିଛି। ଆରଡି ବିଭାଗର ସର୍ଭେ ପରେ ମଧ୍ୟ ପୋଲ ନିର୍ମାଣ କାମ ଆଗେଇ ପାରୁ ନ ଥିବାରୁ ଗ୍ରାମବାସୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ଗାଁରେ ଥିବା ୩ଟି ନଳକୂପ ଅଚଳ ଥିବାରୁ ନାଗାବଳୀ ନଦୀର ପାଣି ପିଉଥିଲେ। ଏପରିକି ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ହୋଇପଡ଼ିଛି। ସମସ୍ତ ସମସ୍ୟାର ସମାଧାନ ନ ହେଲେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଥିଲେ । ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ କାଙ୍ଗାସିରି ଗ୍ରାମରେ ପହଞ୍ଚି ସମସ୍ୟା ଦେଖିବା ପରେ ଗ୍ରାମବାସୀଙ୍କୁ ଲିଖିତ ଅଭିଯୋଗ ଦେବା ପାଇଁ କହିଥିଲେ । ତାହା ଆଜି ଗ୍ରାମବାସୀ ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ପୋଲ ନିର୍ମାଣ ହେଲେ କାଙ୍ଗାସିରି ବ୍ୟତୀତ ଅନ୍ୟ ୫ଖଣ୍ଡ ଗ୍ରାମର ଲୋକମାନେ ଉପକୃତ ହୋଇପାରିବେ । ସରକାରଙ୍କ ପକ୍ଷରୁ ଲକ୍ଷ୍ମୀ ବସ୍ ଯୋଜନାରେ ବସ୍ ପାର୍ଷାଲିଠାରୁ ଧାମୁଣିପଙ୍ଗା ଓ ସିଙ୍ଗାରି ଯିବା ପାଇଁ ରହିଛି । କିନ୍ତୁ ରାସ୍ତା ନଥିବା ଯୋଗୁଁ ଲକ୍ଷ୍ମୀ ବସ୍ ଯାଉନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଏ ବିଷୟରେ ବିଡିଓ ମନୀଷା ଦାସ ଉକ୍ତ ଅଭିଯୋଗ ପତ୍ର ଜିଲାପାଳଙ୍କୁ ପ୍ରେରଣ କରିବି ବୋଲି କହିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories