କର୍ଣ୍ଣାଲ : ହରିୟାଣାର କର୍ଣ୍ଣାଲ ସହରରେ ଗୁରୁବାର ଏକ ୧୦ ଚକିଆ ଟ୍ରକ୍ ସହ ସ୍କୁଲ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି ଓ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଉତ୍କ୍ଷିପ୍ତ ଲୋକମାନେ ୧୦ ଚକିଆ ଟ୍ରକ୍ ସହ ଆଉ ଏକ ଟ୍ରକ୍କୁ ଜାଳି ଦେବା ସହ କର୍ଣ୍ଣାଲ- ଇନ୍ଦ୍ରି ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁସାରେ ଗୁରୁବାର ସକାଳ ୭ଟା ୪୫ ସମୟରେ ସ୍କୁଲ ପିଲାଙ୍ଖୁ ନେଇ ବସ୍ କର୍ଣ୍ଣାଲରୁ ଇନ୍ଦ୍ରି ଯାଉଥିଲା। ଘନକୁହୁଡ଼ି ଯୋଗୁଁ ରାସ୍ତାରେ ଯାଉଥିବା ଗାଡ଼ି ମଟର ଠିକ୍ ସେ ଦେଖାଯାଉନଥିଲା। ଫଳରେ ବିପରୀତ ଦିଗରୁ ଆସୁଥିବା ୧୦ ଚକିଆ ଟ୍ରକ୍ ସହ ସ୍କୁଲ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୮ ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ କର୍ଣ୍ଣାଲ କଳ୍ପନା ଚାୱଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍କୁଲ ବସ୍ ଚାଳକ ଏବଂ କ୍ଲିନର ଅବସ୍ଥା ଗୁରୁତର ଥିବା ଜଣାପଡିଛି।
ଦୁର୍ଘଟଣାରେ ୨ ସ୍କୁଲ ଛାତ୍ର ମୃତ, ଗାଡ଼ି ଜାଳିଦେଲେ ଲୋକ
Popular Categories



