www.samajalive.in
Monday, December 8, 2025
27.1 C
Bhubaneswar

ପାଣିରେ କୁମ୍ଭୀର,ମାଟିରେ ସିଂହୀ ; କେମିତି ବଞ୍ଚିଲା ହରିଣ ଜୀବନ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଜଙ୍ଗଲର ଏକ ଏଭଳି ଦୃଶ୍ୟ ରେକର୍ଡ ହୋଇଛି, ଯାହାକୁ ଦେଖିଲେ, ଆପଣ ମଧ୍ୟ ଚକିତ ହୋଇଯିବେ। ଜଙ୍ଗଲର ହିଂସ୍ରଜନ୍ତୁଙ୍କ ଠାରୁ କିଭଳି ହରିଣ ନିଜ ଜୀବନ ବଞ୍ଚାଇଛି, ଭିଡିଓ ଦେଖିଲେ ଜାଣିପାରିବେ। ପାଣିରେ କୁମ୍ଭୀର ଥିବା ବେଳେ ମାଟି ଉପରେ ଭୋକିଲା ସିଂହୀ ହରିଣକୁ ଜଗି ବସିଛି। ହରିଣଟି ନିଜ ଜୀବନ ବଞ୍ଚାଇବା ପାଇଁ ଅନେକ ଶିକାରୀର ସାମ୍ନା କରିଛି। ମାତ୍ର ଶେଷରେ ହରିଣଟିର ଜୀବନ ବଞ୍ଚି ଯାଉଛି। ଏହି ଦୃଶ୍ୟକୁ ଜଣେ ପର୍ଯ୍ୟଟକ ରେକର୍ଡ କରିଛନ୍ତି।

- Advertisement -

ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି, ଜଙ୍ଗଲ ମଧ୍ୟରେ ଏକ ସିଂହୀ ଏକ ହରିଣକୁ ଦେଖି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ମାତ୍ର ହରିଣଟି ସିଂହୀକୁ ଦେଖି ଏହା ଜାଣିବା ମାତ୍ରେ ନିଜ ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ଦୌଡି ପାଣି ଭିତରକୁ ପଳାଉଛି। ପାଣିରେ ରହିବା ପରେ ସିଂହୀ ସେଠାରେ ମାଟି ଉପରେ ହରିଣକୁ ଜଗି ରହିଲା। ମାତ୍ର ପାଣି ଭିତରେ ଥିବା ହରିଣ ପାଣିରେ କୁମ୍ଭୀର ଥିବା ନେଇ ସେ ଜାଣିନଥିଲା। ହଠାତ୍ ପାଣି ଭିତରେ କୁମ୍ଭୀର ନିଜ ଗୋଡ ପାଖରେ କିଛି ଅନୁଭବ କରି ବିପଦ ଥିବା ଜାଣି ପାରିଲା। ମାଟିରେ ଓ ପାଣିରେ ବିପଦକୁ ଜାଣି ପାରି ସେ ପ୍ରଥମେ ପାଣିରୁ ବାହାରି ଆସିଲା। ସେହି କ୍ଷଣି ତୁରନ୍ତ ସିଂହୀ ହରିଣ ଉପରେ ଆକ୍ରମଣ କରୁଛି। ମାତ୍ର ଏହି ସମୟରେ ହରିଣ ସାହସର ସହ ସିଂହୀ ଆଡକୁ ଯିବା ସହ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛି।

ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..


.

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories