www.samajalive.in
Monday, December 8, 2025
20.1 C
Bhubaneswar

ସିଭିଲ୍‌‌ ସର୍ଭିସ୍‌‌ ୨୦୨୩ ପରୀକ୍ଷା ଫଳ: ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ଭୁବନେଶ୍ୱର: ପ୍ରକାଶ ପାଇଛି ୨୦୨୩ ସିଭିଲ୍‌‌ ସର୍ଭିସ୍‌‌ ପରୀକ୍ଷା ଫଳ। ସର୍ବଭାରତୀୟ ସ୍ତରରେ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ। ଅନୁଗୁଳ ଜିଲା ତାଳଚେର ଭାଲୁଗଡିଆ ଗାଁର ଅନିମେଶ ଦ୍ୱିତୀୟ ରାଙ୍କରେ ରହି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ୨୦୨୧ରେ ଅନିମେଶ କମ୍ୟୁଟର ସାଇନ୍ସରେ ଏନଆଇଟି ରାଉରକେଲାରେ ପାଠ ପଢୁଥିଲେ। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଆଜି ସେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।

୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଥିବା ବେଳେ ୩୬ ନଂ ରାଙ୍କରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ (୫୨), ଅଭିମନ୍ୟୁ ମଲ୍ଲିକ (୬୦), ଅମ୍ରିତାଂଶୁ ନାୟକ (୧୧୦), ଯଶୋବନ୍ତ ମଲ୍ଲିକ (୧୧୫), ପଦ୍ମନାଭ ମିଶ୍ର (୧୭୬) ସ୍ଥାନରେ ଅଛନ୍ତି। ବିଶ୍ୱଜିତ ପଣ୍ଡା (୩୪୩), ପ୍ରିୟଙ୍କା ପ୍ରିୟଦର୍ଶିନୀ (୩୮୭), ସନ୍ତୋଷ କୁମାର ପାତ୍ର (୪୦୯), ସୌରଭ ଦାସ (୪୬୬), ରାକେଶ କୁମାର ସାହୁ (୫୭୫) ସ୍ଥାନ ଅଳଙ୍କୃତ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories