ଅନୁଗୁଳ: ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହାଇଓ୍ବାକୁ ଧକ୍କା ଦେଇଛି। ଏଥିରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଏନଏଚ ୫୫ ଜରପଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ ଟି ଛତିଶଗଡ କୋରବାରୁ ପୁରୀ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



