www.samajalive.in
Sunday, December 7, 2025
16.1 C
Bhubaneswar

ଖଜୁରୀପଦା ଡବଲ ମର୍ଡର ଘଟଣା, ଜାମିନରେ ଆସି ପୁଣି ଆତଙ୍କ ସୃଷ୍ଟି କଲେ ୨ ଯୁବକ

କଳାପଥର (ବାଙ୍କୀ) : ୨୦୦୦ ମସିହା ଫେବୃଆରୀ ମାସ ୧୫ ତାରିଖରେ ବାଙ୍କୀ ବ୍ଲକ ବୈଦ୍ୟଶ୍ୱର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ଖଜୁରୀପଦା ଗ୍ରାମରେ ହୋଇଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ କେତେକ ବ୍ୟକ୍ତି ଗ୍ରାମରେ ହଙ୍ଗାମା ସୃଷ୍ଟି କରିବା ସହିତ ଗ୍ରାମକୁ ଭିନ୍ନ ଭିନ୍ନ ସମୟରେ ଆସି ବିପକ୍ଷ ଗୋଷ୍ଠୀର ଲୋକଙ୍କୁ ଭୟଭୀତ କରିବା ସହିତ ମାରଧର କରୁଛନ୍ତି ବୋଲି ସ୍ଥାନୀୟ ବୈଦ୍ୟଶ୍ୱର ଥାନାରେ କେଶ୍ ନଂ ୬୬/୨୪ ରେ ଏତଲା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ପଣା ସଂକ୍ରାନ୍ତି ଅବସରରେ ନୂଆଗାଁରେ ହେଉଥିବା ଝାମୁଯାତ୍ରା ଦେଖିବାକୁ ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଥିବା ସହିତ ହାଇକୋର୍ଟରୁ ଜାମିନ ପାଇଥିବା ଦୁଇଜଣ ଯୁବକ ଆସିଥିଲେ ।

- Advertisement -

ସେମାନେ ଗାଁ ରେ ଝାମୁଯାତ୍ରା ଦେଖି ବେଗୁନିଆ ଥାନା ଧଳାପଥରଠାରେ ଥିବା ସମୟରେ ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ସରପଞ୍ଚଙ୍କ ସ୍ଵାମୀ ଭଗବାନ ପ୍ରଧାନଙ୍କ ପରିବାରର ଦୁଇଜଣ ଯୁବକ ଧଳାପଥର ଆସିଥିବାବେଳେ ସେଠାରେ ଥିବା ଅନ୍ୟ ଦୁଇ ଯୁବକ ସେମାନଙ୍କୁ ଗାଳି ଗୁଲଜ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ଅନ୍ୟପଟେ ପୁଲିସ ଏହା ଉପରେ ନଜର ରଖିଛି ବୋଲି ଥାନା ଅଧିକାରୀ ପ୍ରିୟ ସେଠୀ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories