www.samajalive.in
Monday, December 8, 2025
13.1 C
Bhubaneswar

ଚୋରା ଚାଲାଣବେଳେ ଗଞ୍ଜେଇ ସହ କାର୍ ଜବତ, ଜଣେ ଗିରଫ

ମ,ରାମପୁର : କଳାହାଣ୍ଡି ଜିଲ୍ଲା ମ,ରାମପୁର ଥାନା ଅନ୍ତର୍ଗତ ପାଜିବାହାଳି ଛକଠାରୁ ଆଜି ଚୋରା ଚାଲାଣବେଳେ ଗଞ୍ଜଇ ଜବତ ସହ ଜଣେ ଗିରଫ ହୋଇଥିବାବେଳେ ଏକ କାର ମଧ୍ୟ ଜବତ ହୋଇଛି । ସୂଚନା ମୁତାବକ ମ,ରାମପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମର ରୁଦ୍ର ଦେବ ସାହୁ  ଏକ କାର ( ନମ୍ୱର୍ ଓଡ଼ି ୦୫ଏ ୨୨୨୨) ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇ ପୁଲିସ ପାଜିବାହାଳି ଛକଠାରେ ଗାଡ଼ିକୁ ଅଟକାଇଥିଲା । ଗାଡିରୁ ୩୩ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ କାର ଜବତ କରିଛି ପୁଲିସ । ଏହି ଚଢାଉରେ ଏସଆଇ କବିତା ବାଗ, ଏଏସଆଇ ଏମଡି ମାଝୀ, କର୍ମଚାରୀ ଜଗଦୀଶ ସାହୁ, ପ୍ରଶାନ୍ତ କୁମାର ଭୋଇ, ସୀମା ସେନାପତି ସାମିଲ ଥିଲେ ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories