www.samajalive.in
Sunday, December 7, 2025
26.1 C
Bhubaneswar

ଅସନପାଟ ଚୈତ୍ର ପର୍ବ ଉଦ୍‌ଯାପିତ, ଆଦ୍ୟଗଙ୍ଗା ଛଉ ଦର୍ଶକଙ୍କ ମନମୋହିଲା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଅସନପାଟଠାରେ ଥିବା ବାସୁଳି ପୀଠରେ ଚଇତି ପର୍ବ ସୋମବାର ଉଦଯାପିତ ହୋଇଯାଇଛି। ଅସନପାଟ ଚଇତି ପର୍ବରୁ ମୁଖ୍ୟ ଆକର୍ଷଣ ସାଜିଥାଏ ଛଉ ନୃତ୍ୟ। ଚୈତ୍ର ପର୍ବର ଉଦଘାଟନ ଦିନଠାରୁ ଉଦଯାପନୀ ଦିବସ ପର୍ଯ୍ୟନ୍ତ ଛଉ ମଣ୍ଡପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥାଆନ୍ତି। ଅତିଥିମାନେ ବର୍ଷ ବର୍ଷ ଧରି ବଞ୍ଚାଇ ଆସିଥିବା ଲୋକ ନୃତ୍ୟ ଛଉକୁ ପ୍ରଶଂସା କରିବା ସହିତ ରାଜା ରଜୁଡା ଅମଳରୁ ନିର୍ମାଣ ହୋଇଥିବା ମୁଖ୍ୟା, ଢୋଲାଠାରୁ ଆରମ୍ଭ କରି ନାଗରା, ତୁରୀ, ମହୁରୀ ସହିତ ବିଭିନ୍ନ ପ୍ରକାର ଛଉ ସାମଗ୍ରୀକୁ ଆଜି ପର୍ଯ୍ୟନ୍ତ ସାଇତି ରଖି ବର୍ଷର ଏହି ତିନି ଦିନ ବ୍ୟବହାର କରି ହଜାର ହଜାର ଦର୍ଶକଙ୍କୁ ମନକୁ ଆନନ୍ଦିତ କରିପାରୁଥିବାରୁ ଗ୍ରାମ କମିଟିକୁ ସାଧୁବାଦ ଜଣାଇଥିଲେ। ଏହା ସହିତ ଏହି ପର୍ବ ଏବଂ ଲୋକ ନୃତ୍ୟ ଛଉକୁ ଉତ୍ତର ପୀଢିମାନେ ବଂଚାଇ ରଖନ୍ତୁ ବୋଲି ଦିଗ୍‌‌ ଦର୍ଶନ ଦେଇଥିଲେ। ଅସନପାଟ ଛଉ କଳାକାରମାନେ ପ୍ରତିବର୍ଷ ବ୍ଲକ, ଜିଲା, ରାଜ୍ୟ ସ୍ତରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ଏହି ଛଉ ନୃତ୍ୟ ଅନେକ ଥର ଦିଲ୍ଲୀ ସ୍ୱାଧିନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିବା ସମ୍ପର୍କରେ ଆୟୋଜକ କମିଟି ସୂଚନା ପ୍ରଦାନ କରିଛନ୍ତି। ଅସନପାଟ ଚୈତ୍ର ପର୍ବର ଶେଷ ସନ୍ଧ୍ୟାରେ କେନ୍ଦୁଝର ଜିଲା ସମେତ ପଡୋଶୀ ଜିଲା ସୁନ୍ଦରଗଡ଼, ଢେଙ୍କାନାଳ ସମେତ ପଡୋଶୀ ରାଜ୍ୟ ଝାରଖଣ୍ଡର ବିଭିନ୍ନ ଅଂଚଳରୁ ୩୦ ହଜାରୁ ଊର୍ଦ୍ଧ୍ବ ଜନସାଧାରଣଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଶେଷ ସନ୍ଧ୍ୟାରେ ଛଉ କଳାକାରମାନଙ୍କ ଦ୍ୱାରା ସୁନ୍ଦର ଭାବରେ ଛଉ ପରିବେଷଣ କରି ଦର୍ଶକଙ୍କ କରତାଳି ଛଉ ମଣ୍ଡପ ଫାଟି ପଡୁଥିବା ଦେଖିବାକୁ ମିଳିଛି। ଦର୍ଶକମାନେ ଛଉ କଳାକାରମାନେ ବ୍ୟବହାର କରିଥିବା ବିଭିନ୍ନ ମୁଖା ଏବଂ ସର୍ବପୁରାତନ ବାଦ୍ୟ ଏବଂ ମହୁରୀ ଶଦ୍ଦରେ ବିମୋହିତ ହୋଇ ଛଉ ମଞ୍ଚ ତଳେ ନୃତ୍ୟରେ ମଜି ଯାଇଥିବା ଦେଖିବାକୁ ମିଳିଥିଲା। ଶେଷ ସନ୍ଧ୍ୟାରେ ଶିବ ତାଣ୍ଡବ ଛଉ ଦଳ ତରଫରୁ ସାପୁଆ କେଳା ବିଷୟ ବସ୍ତୁକୁ ପରିବେଷଣ କରିଥିଲେ। ସେହିପରି କାଞ୍ଚି ଅଭିଯାନ, ସାଲେଇପୁଜା, ବକାଶୂରବୋଧ, କେଳାକେଣୁଣି, ବଗବଗୁଲି, କୋଣାର୍କ, ବଂଶୀଚୋରି, ଆଦ୍ୟଗଙ୍ଗା ଆଦି ବିଷୟ ବସ୍ତୁକୁ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ। ଛଉ କଳାକାରମାନଙ୍କ ଦ୍ୱାରା ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ସାଲେଇ ପୂଜା ଏବଂ ଆଦ୍ୟଗଙ୍ଗା ବିଷୟବସ୍ତୁକୁ ଅତି ସୁନ୍ଦର ଭାବରେ ପରିବେଷଣ କରି ହଜାର ହଜାର ଦର୍ଶକଙ୍କ ମନରେ ଆନନ୍ଦ ଭରି ଦେଇଥିବା ଦେଖିବାକୁ ମିଳିଥିଲା। ସୋମବାର ସକାଳେ ଛଉ କଳାକାର ଏବଂ ଗ୍ରାମବାସୀ ମିଳିତ ଭାବରେ ଭେଦଭାବ ଭୁଲି ରଙ୍ଗ ଖେଳରେ ମାତିବା ସହିତ ସାମୂହିକ ଭାବରେ ରଥକୁ ମାମୁଳିଯୋଡା ସାହିକୁ ବନ୍ଧାପନା କରି ଆନନ୍ଦ ଉଲ୍ଲାସ ସହକାରେ ପ୍ରତ୍ୟାବର୍ତନ କରିବା ସହିତ ବର୍ଷସାରା ଗ୍ରାମବାସୀଙ୍କ ପାଇଁ ମହାମାରୀ ନଆସୁ ବୋଲି ମା’ ବାସୁଳିଙ୍କଠାରେ ଗ୍ରାମବାସୀ ଶରଣ ମାଗିଥାନ୍ତି। କାର୍ଯ୍ୟକ୍ରମର ମଞ୍ଚକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ବାପି ନାଏକ, ଅର୍ଜୁନ ଚରଣ ନାଏକ, ଚନ୍ଦ୍ରହାସ୍ୟ, ଚିକୁ, ପିଅନ, ଗଦାଧର, ସମାଜିକ କର୍ମୀ ଜେଠୁରାମ ମହାକୁଡ। ଚୈତ୍ର ପର୍ବକୁ ପରିଚାଳିତ କରିବା ପାଇଁ ସାତ ସାହିରେ ରହିଥିବା ଗ୍ରାମ କମିଟି ତରଫରୁ ତିନି ରାତି ପର୍ଯ୍ୟନ୍ତ ସୁନ୍ଦର ଭାବରେ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories