www.samajalive.in
Monday, December 8, 2025
14.1 C
Bhubaneswar

ଦୋସିଙ୍ଗାରେ ସାର୍ବଜନୀନ ବାସନ୍ତୀ ପୂଜା

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ପାଳିତ ହେଉଛି ସାର୍ବଜନୀନ ବାସନ୍ତୀକ ଦୁର୍ଗାପୂଜା। ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ୧୫ବର୍ଷରେ ପଦାର୍ପଣ କରିଛି। ଦେବେନ୍ଦ୍ର ନାୟକ, ମଣ୍ଟୁ ମାଇତି, ଗୌରହରି ମାଇତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପୂଜାରେ ଧାମରା ଅଞ୍ଚଳର ସର୍ବସାଧାରଣ ଭରପୁର ମଜା ନେଉଥିବାବେଳେ ପଣାସଂକ୍ରାନ୍ତି ଅବସରରେ ପୂଜା ଆରମ୍ଭରେ ୧୦୮ ସଧବା ନାରୀ ନିକଟସ୍ଥ ବଙ୍ଗୋପସାଗର ମୁହାଣରୁ ପାଣି ଆଣି ଘଟ ସ୍ଥାପନା କରାଯାଇଥିଲା। ପରେ ଗୋପୂଜା, ସୂର୍ଯ୍ୟପୂଜା, ଗୁରୁ ପୂଜା, ସ୍ତମ୍ଭ ତୋରଣ ପୂଜା, ଅଗ୍ନି ସ୍ଥାପନ, ଯଜ୍ଞାରମ୍ଭ କରାଯାଇଥିଲା। ଏହି ପୂଜା ଦୀର୍ଘ ୪ଦିନ ଧରି ଚାଲିବ। ପୂଜା ଅବସରରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ରହୁଥିବାବେଳେ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ଆଳି, ଯାଜପୁର ଏବଂ ଭଦ୍ରକ ଜିଲାର ନୃତ୍ୟ ଗ୍ରୁପ ଦ୍ୱାରା ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ୨୦୧୦ ମସିହାରେ ଗୋଟିଏ ଦିନରେ ଆରମ୍ଭ ହୋଇ ସେହି ଦିନ ଶେଷ ହେଉଥିବା ଏହି ବାସନ୍ତୀକ ଦୁର୍ଗାପୂଜା ଏବେ ଦୀର୍ଘ ୫ଦିନ ହେଉଛି। ଆରମ୍ଭ ହୋଇଥିବା ସାର୍ବଜନୀନ ବାସନ୍ତୀକ ଦୁର୍ଗା ପୂଜାରେ କମିଟି ପକ୍ଷରୁ ଗଣେଷ ସେଠୀ, ରତନ ସେଠୀ, ସପନ ସାହୁ, କରୁଣାକର ନାୟକ, ଅନାଦୀ ଦାସ, ଓମ ପ୍ରକାଶ ମାଇତି ପ୍ରମୁଖ ପୂଜାପାଳନ ଉତ୍ସବରେ ଉପସ୍ଥିତ ରହିବା ସହ ପରିଚାଳନା କରିବାରେ ସହଯୋଗ କରିଥିବାବେଳେ ଶାନ୍ତି ଶୃଙ୍ଖଳା ପାଇଁ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories