www.samajalive.in
Saturday, December 6, 2025
26.1 C
Bhubaneswar

ଭୀମ ଆର୍ମି ଓ ବଜରଙ୍ଗ ଦଳର ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ:  ଆଜି ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ଅତାବିରାରେ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି  ଆମ୍ବେଦକର ଜୟନ୍ତୀ ଓ ହନୁମାନ ଜୟନ୍ତୀ । ଏଥିପାଇଁ ପୂର୍ବରୁ ଗଠିତ  ଶାନ୍ତି କମିଟି ର  ନିର୍ଦ୍ଦେଶାନୁସାରେ ଉଭୟ ଜୟନ୍ତୀ  ଅତି ଶୃଙ୍ଖଳା ଓ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଭୀମ ଆର୍ମି ପକ୍ଷରୁ   ଲାଦର ପାଲି ସ୍ଥିତ  ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି  ଓ  ପରେ ଶାସ୍ତ୍ରୀ ନଗର ସ୍ଥିତ ହରିଜନ ପଡ଼ାରେ  ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସେଠାରୁ ବିଶାଳ ଶୋଭାଯାତ୍ରା ବାହାରି ଅତାବିରା ତଥା  ବିଭିନ୍ନ ଗ୍ରାମ ପରିକ୍ରମା କରି ଅପରାହ୍ନ ୨ ଟାରେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ।
ଠିକ୍ ସେହିପରି ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ଶ୍ରୀରାମ ବାବା ମଠରୁ   ସନ୍ଧ୍ୟା ୫ ଟାରେ ବିଶାଳ ଶୋଭାଯାତ୍ରା ବାହାରି  ଜୟ ଶ୍ରୀରାମ, ଜୟ ହନୁମାନ ଧ୍ବନିରେ ରାମ,ହନୁମାନ,ବ୍ରହ୍ମା ,ନରସିଂହ ,କୃଷ୍ଣ ,ବଳରାମ,ବାଲ ହନୁମାନ ଆଦି ବିଭିନ୍ନ ଭଗବାନ ଙ୍କ ବେଶ ପୋଷାକ ସହ  ଅତାବିରା ସହର ପରିକ୍ରମା କରିଥିଲା । ଏହାକୁ   ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।   ସନ୍ଧ୍ୟାରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories