www.samajalive.in
Monday, December 8, 2025
17.1 C
Bhubaneswar

ମୁଣ୍ଡ ଯୋଡ଼ି ହୋଇଥିବା ବିଶ୍ୱର ସବୁଠୁ ବୟସ୍କ ଯାଆଁଳାଙ୍କ ମୃତ୍ୟୁ

ପେନ୍‌ସିଲଭାନିଆ: ଜନ୍ମରୁ ମୁଣ୍ଡ ଯୋଡ଼ି ହୋଇରହିଥିବା ବିଶ୍ବର ସବୁଠୁ ବୟସ୍କ ଯାଆଁଳା ଭାଇ-ଭଉଣୀ ଲୋରୀ ସାପେଲ ଓ ଜର୍ଜ ସାପେଲଙ୍କର ହମବର୍ଗଠାରେ ଗତ ୭ ତାରିଖରେ ମୃତ୍ୟୁ ହୋଇଯାଇଛି। ସେମାନଙ୍କୁ ୬୨ ବର୍ଷ ହୋଇଥିଲା। ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଶରୀର ଲାଗି ରହିଥିଲେ ମଧ୍ୟ ଉଭୟ ଭିନ୍ନ ଭିନ୍ନ ପେସାରେ ନିୟୋଜିତ ଥିଲେ। ସେମାନଙ୍କ ଜୀବନ ଚିକିତ୍ସା ଓ ଜୀବନଶୈଳୀ କ୍ଷେତ୍ରରେ ଏକ ବିସ୍ମୟ ଥିଲା। ୧୯୬୧ରେ ଜନ୍ମିତ ଲୋରୀ ଓ ଜର୍ଜଙ୍କ ଖପୁରୀ ଯୋଡ଼ି ହୋଇରହିଥିବାରୁ ଅଲଗା କରିବା ସମ୍ଭବ ହୋଇନଥିଲା। ଡାକ୍ତର ସେମାନଙ୍କୁ ଅଲଗା କରିବାର ବିଫଳ ହେବା ପରେ ଈଶ୍ବର ସେମାନଙ୍କୁ ଏକତ୍ର ଜନ୍ମ କରିଥିବାରୁ ଆଉ ଅଲଗା ହେବାକୁ ମଧ୍ୟ ସେମାନେ ଚାହିଁନଥିଲେ। ଜର୍ଜ ଲୋରୀଙ୍କଠାରୁ ୪ଇଞ୍ଚ ଛୋଟ ଥିବାରୁ ଲୋରୀଙ୍କ ସହିତ ଘୂରି ବୁଲୁଥିଲେ। ଏଥିପାଇଁ ସେ ଏକ ସ୍ବତନ୍ତ୍ର ହ୍ବିଲ ଚେୟାର ବ୍ୟବହାର କରୁଥିଲେ; କିନ୍ତୁ ଉଭୟ ଯଥାସମ୍ଭବ ସ୍ବାଧୀନ ଭାବେ ଚଳିବା ପାଇଁ ପ୍ରୟାସ ଜାରି ରଖିଥିଲେ।

ସେମାନେ ସବୁଠୁ ବୟସ୍କ ଶରୀର ଯୋଡ଼ି ହୋଇଥିବା ବ୍ୟକ୍ତି ଭାବେ ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇଥିଲେ। ଲୋରୀ ଏକ ହସ୍ପିଟାଲରେ ଲଣ୍ଡ୍ରି ୱାର୍କର ଭାବେ କାମ କରୁଥିଲାବେଳେ ଜର୍ଜ ସଙ୍ଗୀତରେ କ୍ୟାରିୟର କରିଥିଲେ। ଉଭୟ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ଉଭୟ ଏକାଧିକ ଡକୁମେଣ୍ଟାରୀ ଫିଲ୍ମ ସହ ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଲୋରୀଙ୍କର ଏକଦା ବିବାହ ସ୍ଥିର ହୋଇଥିଲା; କିନ୍ତୁ ଭାବୀ ସ୍ବାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିବାରୁ ବିବାହ ବନ୍ଦ ହୋଇଯାଇଥିଲା। ଚିକିତ୍ସା ବିଜ୍ଞାନ ଅନୁସାରେ ପ୍ରତି ୫୦ହଜାରରୁ ୬୦ହଜାର ଜନସଂଖ୍ୟାରେ ଜଣେ ଏଭଳି ଯୋଡ଼ି ଜନ୍ମ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ୭୦% ମହିଳା ହୋଇଥିବାବେଳେ ଅଧିକାଂଶ ଭାଇ-ଭଉଣୀ ହୋଇଥାନ୍ତି। କାହାର ମୁଣ୍ଡ ତ କାହାର ଛାତି ଯୋଡ଼ିହୋଇଥାଏ। ଲୋରୀ ଓ ଜର୍ଜଙ୍କ ପୂର୍ବରୁ ସବୁଠୁ ବୟସ୍କ ଯୋଡ଼ା ଶରୀର ବିଶିଷ୍ଟ ବ୍ୟକ୍ତି ଭାବେ ରେକର୍ଡର ଅଧିକାରୀ ଥିଲେ ରୋନି ଗେ​‌େ​‌ଲ୍ୟାନ୍‌ ଓ ଡୋନି ଗେଲ୍ୟୋନ୍‌। ସେମାନଙ୍କର ୬୮ ବର୍ଷ ବୟସରେ ୨୦୨୦ରେ ମୃତ୍ୟୁ ହୋଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories