www.samajalive.in
Monday, December 8, 2025
17.1 C
Bhubaneswar

ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପଳାଶପଙ୍ଗାରେ ବିଜେଡିର ଶକ୍ତି ପ୍ରଦର୍ଶନ

କେନ୍ଦୁଝରଗଡ଼: କେନ୍ଦୁଝର ଲୋକସଭା ଓ ଜିଲାର ୬ ବିଧାନସଭା ଆସନ ପାଇଁ ଆସନ୍ତା ୨୯ ତାରିଖ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଶାସକ ବିଜେଡିର ପ୍ରାର୍ଥୀମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଭୋଟ ଭିକ୍ଷା ଆରମ୍ଭ କରିଛନ୍ତି। ସଦର ନିର୍ବାଚନମଣ୍ଡଳୀ ପଳାଶପଙ୍ଗା ଠାରେ ଶୁକ୍ରବାର ବିଜେଡିର କର୍ମୀ ସମ୍ମିଳନୀ ଅବସରରେ ଲୋକସଭା ପ୍ରାର୍ଥୀ ଧର୍ନୁଜୟ ସିଦ୍ଦୁ ଓ ସଦର ବିଧାନସଭା ପ୍ରାର୍ଥିନୀ ମୀନା ମାଝୀ ଯୋଗଦେଇ ଯୋଟ ଭିକ୍ଷା କରିବା ସହ ଆର୍ଶିବାଦ ଲୋଡିଛନ୍ତି। ଏହି କର୍ମୀ ସମାବେଶରେ ୫ ହଜାରରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିବା ବେଳେ ବିକାଶପୁରୁଷ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସଂକଳ୍ପ ନେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ବିରୋଧ କରି ସଦର ନିର୍ବାଚନମଣ୍ଡଳୀର ବିକାଶକୁ ରୋକ ଲଗାଇଥିବା ଶକ୍ତି ବିରୁଦ୍ଧରେ ଉଚିତ ଜବାବ ଦେବା ପାଇଁ ଉଭୟ ପ୍ରାର୍ଥୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଜିଲା ବିଜେଡିର ପୂର୍ବତନ ସଭାପତି ତଥା ଜିଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମାବେଶରେ ସଦର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖଦୀବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍କଳଙ୍କ ଶାସନ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଥିବା ବେଳେ ସେହି ମହାନ ଜନନାୟକଙ୍କୁ ଷଷ୍ଠଥର ପାଇଁ କ୍ଷମତାକୁ ଆଣିବା ପାଇଁ ଆମକୁ ସଙ୍କଳ୍ପ ନେବାର ସମୟ ଆସିଛି ବୋଲି କହିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories