www.samajalive.in
Monday, December 8, 2025
17.1 C
Bhubaneswar

ଶୈଖିକ ଅଭିବୃଦ୍ଧି ନିମନ୍ତେ ଜିଲ୍ଲାସ୍ତରୀୟ କର୍ମଶାଳା

ବୌଦ୍ଧ: ବୌଦ୍ଧ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଆଜି ମାଧ୍ୟମିକସ୍ତରରେ ଶୈଖିକ ଅଭିବୃଦ୍ଧି ନିମନ୍ତେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ବିଜ୍ଞାନ ନିରିକ୍ଷକ ଜୟନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରିଡା ନିରିକ୍ଷକ ଆନନ୍ଦ ବେହେରା, ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରୀ, ପେଡ଼ାଗଜି ସଂଯୋଜକ ଶିବଶଙ୍କର ଶତପଥି, ପ୍ରଧାନ ଶିକ୍ଷକ ଓମ ପ୍ରକାଶ ପ୍ରଧାନ, ବାଲ୍ମିକୀ ସାହୁ, ଶୁକଦେବ ପଣ୍ଡା ଯୋଗଦେଇ ଥିଲେ। ବୈଠକରେ ଜିଲ୍ଲାରେ ପ୍ରତ୍ୟକ ବିଷୟରେ ୨୪ ଜଣ ବରିଷ୍ଠ ଦକ୍ଷତା ଶିକ୍ଷକ ଅଂଶ ଗ୍ରହଣ କରି ଶିକ୍ଷା ନେଇ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କର ଶିକ୍ଷଣ ଦକ୍ଷତା ବଢ଼ିବା ସହିତ ବୋର୍ଡ ପରୀକ୍ଷାରେ ଭଲ ସଫଳତା ମିଳି ପାରିବ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories