www.samajalive.in
Monday, December 8, 2025
27.1 C
Bhubaneswar

ନିର୍ବାଚନ ବିଜ୍ଞାପନ ପାଇଁ ଗୁଗଲକୁ ମିଳିଲା ୫୨ କୋଟି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ତରଫରୁ ପ୍ରଚାର ଆରମ୍ଭ ହୋଇଛି। ଦଳମାନେ ଚିରାଚରିତ ଶୈଳୀରେ ପ୍ରଚାର କରିବା ସହ ଯୁଗ ସହ ତାଳ ଦେଇ ଡିଜିଟାଲ ମାଧ୍ୟମରେ ପ୍ରଚାରକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜନୈତିକ ଦଳମାନେ ସର୍ଚ୍ଚ ଇଞ୍ଜିନ ଗୁଗଲ ଜରିଆରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି।

ବ୍ରିଜଷ୍ଟୋନ୍ ଆଣିଲା ଏମିତି ଟାୟାର, ବଢାଇବ ମାଇଲେଜ୍

- Advertisement -

ମାର୍ଚ୍ଚ ୧ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ତରଫରୁ ବିଜ୍ଞାପନ ବାବଦରେ ଗୁଗଲକୁ  ୫୨ କୋଟି ଟଙ୍କା ମିଳିଛି। ୨୦୧୯ରେ ଏହି ବାବଦକୁ ଗୁଗଲକୁ ୮.୮ କୋଟି ଟଙ୍କା ମିଳିଥିଲା। ଚଳିତ ନିର୍ବାଚନରେ ବିଜେପି ତରଫରୁ ଏପ୍ରିଲ ୯ ସୁଦ୍ଧା ଗୁଗଲରେ ୭୩ ହଜାରରୁ ଅଧିକ ବିଜ୍ଞାପନ ପ୍ରଦାନ କରାଯାଇଛି। ଯେଉଁଥିପାଇଁ ଗୁଗଲକୁ ବିଜେପି ଦେଇଛି ୮ କୋଟିରୁ ଅଧିକ ଟଙ୍କା। ୨୦୧୯ ନିର୍ବାଚନ ସମୟରେ ବିଜେପି ବିଜ୍ଞାପନ ବାବଦରେ ଗୁଗଲକୁ ୧.୫ କୋଟି ଟଙ୍କା ଦେଇଥିଲା। ଦ୍ବିତୀୟ ସ୍ଥାନରେ ଥିବା ଡିଏମ୍‌କେ ଗୁଗଲରେ ବିଜ୍ଞାପନ ପାଇଁ ୭.୯ କୋଟି ଟଙ୍କା ଦେଇଥିବା ବେଳେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏଥିପାଇଁ ୬.୮ କୋଟି ଟଙ୍କା ଖର୍ଚ୍ଚ କରି ସାରିଛି। ୟୁଟ୍ୟୁବ ଓ ବିଭିନ୍ନ ୱେବସାଇଟରେ ଗୁଗଲ ତରଫରୁ ରାଜନୈତିକ ଦଳମାନଙ୍କ ବିଜ୍ଞାପନ ପ୍ରଦର୍ଶନ କରୁଛି। ଆଗାମୀଦିନରେ ଗୁଗଲକୁ ଅଧିକ ସଂଖ୍ୟକ ବିଜ୍ଞାପନ ମିଳିବାର ଆଶା ରହିଛି।

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories