www.samajalive.in
Tuesday, December 9, 2025
19.1 C
Bhubaneswar

ଅତାବିରାରେ ହର୍ଷୋଲ୍ଲାସ ସହ ପାଳିତ ହେଲା ଇଦ୍-ଉଲ୍-ଫିତର୍

ରେଙ୍ଗାଲିକ୍ୟାମ୍ପ: ଅତାବିରା ମୁସଲିମ ସମାଜ ତରଫରୁ ଅତାବିରା ଇଦଗାହରେ ଗୁରୁବାର ସମାନତା ଓ ସୌହାର୍ଦ୍ଦ୍ୟର ପର୍ବ ଇଦ୍-ଉଲ୍-ଫିତର୍ ପାଳିତ ହୋଇଯାଇଛି । ଲଗାତାର ୩୦ ଦିନ ପର୍ଯ୍ୟନ୍ତ ଉପବାସ ରହି ପ୍ରତ୍ୟେକ ମୁସଲିମ ଧର୍ମାବଲମ୍ବୀ ପ୍ରତିଦିନ ‘ତରାବୀ ନମାଜ୍’ ସାମୂହିକ ଭାବେ ମସଜିଦରେ ପାଠ କରିବାସହ ଏହି ରମଜାନ୍ ମାସରେ ସମସ୍ତେ ନିଜ ନିଜର ରୋଜଗାର ଓ ଧନ ସମ୍ପତ୍ତିର ସଞ୍ଚୟ ଅନୁସାରେ ସଦକା, ଫିତରା ଓ ଜକାତ୍ ନାମରେ ଦାନ କରନ୍ତି । ‘ସଦକା’ ନାମରେ ସମସ୍ତେ ନିଜ ମନଖୁସି ଅନୁସାରେ କପଡ଼ା, ଲୁଗାପଟା, ଖାଦ୍ୟ, ଟଙ୍କା ପଇସା ଗରିବ ଲୋକଙ୍କୁ ସାହାଯ୍ୟ ଅର୍ଥେ ଦାନ କରନ୍ତି ଓ ‘ଫିତରା’ ନାଁରେ ସମସ୍ତେ ନିଜ ପରିବାର ସଦସ୍ୟଙ୍କ ସଂଖ୍ୟା ଅନୁସାରେ ମୁଣ୍ଡ ପିଛା ୭୦ ଟଙ୍କା ଲେଖାଏଁ ବାହାର କରି ଗରୀବ ଲୋକଙ୍କୁ ଦାନ କରିଥାନ୍ତି। ସେହିପରି ‘ଜକାତ’ ନାମରେ ପ୍ରତ୍ୟେକ ବ୍ୟକ୍ତି ନିଜର ରୋଜଗାର ଓ ଜମା ସମ୍ପତ୍ତିର ୨.୫% ଭାଗ ଗରୀବ ଓ ଅସହାୟ ପରିବାର ଅଥବା ବ୍ୟକ୍ତିକୁ ବାଧ୍ୟତାମୂଳକ ଭାବେ ଦାନ କରିଥାନ୍ତି ।

ଏହି ଇଦ୍-ଉଲ୍-ଫିତର୍ ନମାଜ ପାଠ କରିବା ପୂର୍ବରୁ ନିଜର ସଦକା, ଜକାତ, ଓ ଫିତରା ଦାନ ସମ୍ପୂର୍ଣ୍ଣ ଭାବେ କରିବା ପାଇଁ ସମସ୍ତ ମୁସଲିମ୍ ବ୍ୟକ୍ତି ବାଧ୍ୟ ହୋଇଥାନ୍ତି। ଯାହା ଏହି ପର୍ବ ଇଦ୍-ଉଲ୍-ଫିତରର ପ୍ରକୃତ ଅର୍ଥ । ଆଜି ଅତାବିରାରେ ଖୁସି ଓ ଉଲ୍ଲାସର ସହିତ ଇଦ୍-ଉଲ୍-ଫିତର୍ ପର୍ବ ପାଳନ ଅବସରରେ ଅତାବିରା ମୁସଲିମ ସମାଜ ଓ ସମାଜର ଦାୟିତ୍ବବାନ ବ୍ୟକ୍ତି ଉପସ୍ଥିତ ରହି ନମାଜ ପାଠ କରି ପରସ୍ପର ଆଲିଙ୍ଗନ ପୂର୍ବକ ଭାବର ଆଦାନ ପ୍ରଦାନ କରି ଇଦ୍-ଉଲ୍-ଫିତର୍ ପର୍ବକୁ ପାଳନ କରିଥିଲେ ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories