www.samajalive.in
Monday, December 8, 2025
17.1 C
Bhubaneswar

ଆଲିଆ ଭଟ୍ଟଙ୍କ ନକଲ କରି କୋଟିପତି ହେଲେ ଏହି ଯୁବତୀ, ଘର ପରେ ଏବେ ଦାମୀ କାର୍‌

ମୁମ୍ବଇ: ୨୪ ବର୍ଷୀୟା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର୍ ତଥା ମିମିକ୍ରି କଳାକାର ଚାନ୍ଦିନୀ ଭାଭଡ଼ା ଓରଫ୍ ଚାନ୍ଦିନୀ ମିମିକ୍ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଶିବା..ଶିବା.. କହୁଥିବା ଚାନ୍ଦିନୀ ଭାଭଡ଼ାଙ୍କ ଭିଡିଓ ପ୍ରାୟ ସମସ୍ତେ ଦେଖିଥିବେ। ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରୁ ଆଲିଆ ଭଟ୍ଟଙ୍କ ନକଲ କରି ଚାନ୍ଦିନୀ ଖୁବ୍‌ ଲୋକପ୍ରିୟ ହୋଇଥିଲେ। ତାଙ୍କ ଭିଡିଓ ଏତେ ଲୋକପ୍ରିୟ ହୋଇଥିଲା ଯେ, ନିଜେ ଆଲିଆ ଭଟ୍ଟ ତାଙ୍କୁ ଶ୍ରେଷ୍ଠ ମିମିକ୍ରି କଳାକାର ଓ ତାଙ୍କ ପ୍ରିୟ ବୋଲି କହିଥିଲେ। ଚାନ୍ଦିନୀ ଦିନକୁ ଦିନକୁ ଉନ୍ନତି କରି ଚାଲିଛନ୍ତି। କିଛି ଦିନ ପୂର୍ବେ ସେ ମୁମ୍ବଇରେ ଏକ ଘର କିିଣିବାକୁ ନେଇ ଚର୍ଚ୍ଚାରେ ଥିବାବେଳେ ଏବେ ସେ ଏକ ନୂଆ ଦାମୀ ତଥା ବିଳାସପୂର୍ଣ୍ଣ କାର୍‌ କିଣିଛନ୍ତି। ଚାନ୍ଦିନୀ କିଣିଥିବା ଫ୍ଲାଟ୍‌ ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କର ବୋଲି ଚର୍ଚ୍ଚା ହେଉଥିଲା। ସାମାଜିକ ଗଣମାଧ୍ୟମରେ ସେ ନିଜ ନୂଆ ଘରର ଫଟୋ ଶେୟାର କରିଥିଲେ, ଯାହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏବେ ଏହି ​ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର୍ ତାଙ୍କ କାର୍‌କୁ ନେଇ ଚର୍ଚ୍ଚାରେ।

‘ଇଚ୍ଛା ହେଉଛି ମରିଯିବାକୁ..’, ନିଜ ପୁଲିସ କର୍ମୀଙ୍କୁ ମାଡ ମାରି ଲହୁଲୁହାଣ କଲା ପାକ୍ ସେନା


ନିକଟରେ ଚାନ୍ଦିନୀ ଏକ କାର୍‌ କିଣିଛନ୍ତି, ଯାହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ନୂଆ କାର୍‌ କିଣିବାକୁ ନେଇ ତାଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି ଲୋକେ। ଚାନ୍ଦିନୀ କିଛି ଭିିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କାର୍ ପୂଜା କରୁଥିବା ଦେଖିବାକୁ ମିଳିଛି। ଏଥିସହ ତାଙ୍କ ପିତାମାତା ତାଙ୍କୁ ଆଶୀର୍ବାଦ ଦେଉଛନ୍ତି। ସୂଚନା ମୁତାବକ, ଚାନ୍ଦିନୀ ଟୋୟୋଟାର ଅର୍ବାନ କ୍ରୁଜର ହାଇରାଇଡର କିଣିଛନ୍ତି। ଏହି କାର୍‌ର ଟପ୍ ମଡେଲର ଦାମ୍ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଚାନ୍ଦିନୀଙ୍କ ଏଭଳି ଉନ୍ନତି ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ହେବାସହ ପଚାରିଛନ୍ତି, ଘର, ଗାଡ଼ି ଆଉ ଏବେ କ’ଣ?

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories