www.samajalive.in
Monday, December 8, 2025
27.1 C
Bhubaneswar

କେବେ ଦେଖିନଥିବେ ; ମୂଷାକୁ ବଞ୍ଚାଇବା ପାଇଁ ବାଇକ୍ ସହ ଏମିତି କଲେ ବ୍ୟକ୍ତି..

ଗ୍ୱାଲିଅର : ଯେକୌଣସି ଜୀବଙ୍କ ଜୀବନ ବଞ୍ଚାଇବା ସବୁଠାରୁ ପୁଣ୍ୟକାମ ବୋଲି କୁହାଯାଏ। ଜଣେ ବାଇକ୍ ଆରୋହୀ ଏକ ଛୋଟ ମୂଷାର ଜୀବନ ବିପଦରେ ପଡିଥିବା ଦେଖି ତାକୁ ବଞ୍ଚାଇବା ପାଇଁ ନିଜ ବାଇକର ସମସ୍ତ ଅଂଶ କାଢି ଦେଇଥିବା ଘଟଣା ଚର୍ଚ୍ଚାର କାରଣ ପାଲଟିଛି। ଗାଡିର ସମସ୍ତ ଅଂଶ କାଢି ସେ ମୂଷାର ଜୀବନ ବଞ୍ଚାଇଛନ୍ତି।

ଆଜି ୨୦ଟି ଆସନରେ ବିଜେପି କରିପାରେ ପ୍ରାର୍ଥୀ ଘୋଷଣା

- Advertisement -

ଆଜ୍ଞା ହଁ ଏଭଳି ଉଦ୍ଧାର କାର୍ଯ୍ୟ ହୁଏତ ଆପଣ ଦେଖିନଥିବେ। ଏହି ଘଟଣା ମଧ୍ୟପ୍ରଦେଶର ଗ୍ୱାଲିଅର ଅଞ୍ଚଳର। ସହରର ଏକ ସ୍ଥାନରେ ଠିଆ ହୋଇଥିବା ଏକ ବାଇକ୍ ମଧ୍ୟରେ ହଠାତ୍ ଏକ ମୂଷା ପଶି ଯାଇଥିଲା। ବାଇକ୍ ମାଲିକଙ୍କୁ ଏହା ଅନୁଭବ ହେବା ମାତ୍ରେ ସେ ଚିନ୍ତା କଲେ ବାଇକ୍ ଚଲାଇବା ମାତ୍ରେ ମୂଷା ନିଶ୍ଚୟ ମରିଯିବ। ତେଣୁ ସେ ମୂଷା ଜୀବନ ବଞ୍ଚାଇବା ପାଇଁ କାମ ଆରମ୍ଭ କରିଥିଲେ। ଏହାପରେ ବାଇକକୁ ମାଟିରେ ଶୁଆଇ, ଉଠାଇ ବିଭିନ୍ନ ଉପାୟରେ ମୂଷାକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ମୂଷା ବାହାରି ନଥିଲା।

ମର୍ମନ୍ତୁଦ ; ସ୍କୁଲ ବସ୍ ଓଲଟି ୫ ଛାତ୍ରଛାତ୍ରୀ ମୃତ

ଏହା ଦେଖିବା ପରେ ସେଠାରେ ଲୋକେ ଏକତ୍ରିତ ହେବା ଆରମ୍ଭ ହୋଇଥିଲା। ଅନେକ ଚେଷ୍ଟା କରାଯିବା ପରେ ମୂଷା ନ ବାହାରିବା ପରେ ଲୋକେ ବାଇକ୍ ସିଟକୁ ଖୋଲିବା ପାଇଁ ନିଷ୍ପତି ନେଇଥିଲେ। ବାଇକ୍ ସିଟ୍ ସହ ଅନ୍ୟ ଅଂଶକୁ ମଧ୍ୟ ଖୋଲା ଯାଇଥିଲା। ଦୀର୍ଘ ୧ ଘଣ୍ଟା ପରେ ମୂଷାଟି ଗାଡି ଭିତରୁ ବାହାରି ଥିଲା। ମୂଷାର ଜୀବନ ବଞ୍ଚିବା ପରେ ବାଇକ୍ ଚାଳକ ଓ ତାଙ୍କ ସହଯୋଗୀ ଶାନ୍ତିରେ ନିଶ୍ୱାସ ନେଇଥିଲେ। ଏହି ଘଟଣାର ଭିଡିଓ ରେକର୍ଡ କରାଯାଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories