www.samajalive.in
Saturday, December 6, 2025
26.1 C
Bhubaneswar

୮.୩୫କ୍ୱିଣ୍ଟାଲ ମହୁଲ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଅବକାରୀ ଥାନା ସ୍କ୍ୱାର୍ଡଆଜି ତୁରେକେଲା କଲେଜ ରାସ୍ତାରେ ଯାଉଥିବା ଏକ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେହି ଗାଡ଼ିରୁ ୮.୩୫କୁଇଣ୍ଟାଲ ମହୁଲ ଜବତ ହୋଇଥିଲା।  ଏହି ମହୁଲ ବିକ୍ରି ପାଇଁ  ଲାଠୋର ନିଆଯାଉଥିଲା। ବେଆଇନ ଭାବେ ମହୁଲ ବିକ୍ରି ପାଇଁ ନେଉଥିବା ଅଭିଯୋଗରେ ଗାଡିଚାଲକ ତେତେଲଖୁଣ୍ଟି ଗାଁର ନବୀନ ପୁଟାଙ୍କୁ ଗିରଫ କରାଯାଇଛି। ଏହାସହ ଅବକାରୀ ଆଇନ ଅନୁଯାଇ ଏକ ମାମଲା ରୁଜୁ ପରେ ନବୀନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ମହୁଲର ସରକାରୀ ଧାର୍ଯ୍ୟ ମୂଲ୍ୟ ୪୭, ୭୫୦ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସ୍କ୍ୱାର୍ଡରେ ଅବକାରୀ ଥାନା ଇନଚାର୍ଜ ପ୍ରବୀଣ କୁମାର ସାହୁଙ୍କ ନେତୃତରେ ଏଏସଆଇ ଆର୍ତ୍ତ ତ୍ରାଣ ବହିଦାର, କନେଷ୍ଟେବଲ ରଞ୍ଜନ କୁମାର ମିଶ୍ର, ଆଶିଷ କୁମାର ପଟେଲ, ମମତା ବେହେରା ପ୍ରମୁଖ ସାମିଲ ଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories