www.samajalive.in
Thursday, December 11, 2025
27.1 C
Bhubaneswar

ଜାଲ୍‌ ନୋଟ ଜବତ, ଜଣେ ଅଟକ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ୱର ବଜାରରେ ଆଜି ୧୪ ଶହ ଟଙ୍କାର ଜାଲ ନୋଟ ଜବତ ହୋଇଛି। ସୂଚନା ଅନୁଯାୟୀ ଘଣ୍ଟେଶ୍ୱର ବଜାରରେ ସ୍ମୃତିରଞ୍ଜନ ଖଟୁଆଙ୍କ ତେଜରାତି ଦୋକାନକୁ ତିହିଡି ଥାନା ପୀରହାଟ ଫାଣ୍ଡି ଅଧୀନସ୍ଥ ମାଲପୁର ଗ୍ରାମର ଭାସ୍କର ବାରିକଙ୍କ ପୁଅ ମୋହନ(୨୮) ଗତକାଲି ୩ ଜଣଙ୍କ ସହ ଆସି ୫ଟି ୨ ଶହ ଟଙ୍କିଆ ନୋଟ ଦେଇ ଏକ ସୋରିଷ ତେଲ ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ତେଜରାତି ଦୋକାନୀ ଟଙ୍କା ଦେଖିଲା ବେଳକୁ ସେଗୁଡିକ ଜାଲ ବୋଲି ଜାଣିପାରିଥିଲେ। ପରେ ମୋହନଙ୍କୁ ଖୋଜିଲା ବେଳକୁ ସେ ସେଠାରୁ ପଳାଇ ଯାଇଥିଲା। ଉକ୍ତ ଟଙ୍କାକୁ ତେଜରାତି ଦୋକାନୀ ନେଇ ଫାଣ୍ଡିରେ ଦେଖାଇଥିଲେ। ସେଠାରେ ଟଙ୍କାଗୁଡ଼ିକ ଜାଲ ବୋଲି
ଜଣାପଡିଥିଲା। ତଦନୁଯାୟୀ ପୁଲିସ ମୋହନକୁ ଧରିବା ପାଇଁ ଅପେକ୍ଷା କରିଥିଲା। ମଙ୍ଗଳବାର ମୋହନ ପୁଣି ଦୁଇଟି ଜାଲ ନୋଟ ନେଇ ଉକ୍ତ ଦୋକାନରେ ପହଞ୍ଚି ତେଜରାତି ସଉଦା ଦେବା ପାଇଁ କହିଥିଲେ। ଦୋକାନୀଙ୍କ ସନ୍ଦେହ ହେବାରୁ ଘଣ୍ଟେଶ୍ୱର ଫାଣ୍ଡିକୁ ଖବର ଦେଇଥିଲେ। ଏହା ଭିତରେ ସ୍ଥାନୀୟ ଲୋକମାନେ ମୋହନକୁ କାବୁ କରି ନେଇଥିଲେ। ଏ ସଂକ୍ରାନ୍ତରେ ତେଜରାତି ଦୋକାନୀ ସ୍ମୃତିରଞ୍ଜନ ଖଟୁଆ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମୋହନକୁ ଅଟକ ରଖିଛି। ତାର ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏନେଇ କୌଣସି ମାମଲା ରୁଜୁ ହୋଇ ନଥିଲା। ଅଟକ ମୋହନ ସହ ଜବତ ଟଙ୍କାକୁ ଘଣ୍ଟେଶ୍ୱର ଫାଣ୍ଡିରୁ ବାଁଶଡା ଥାନାକୁ ସ୍ଥାନାନ୍ତର କରାଯାଉଥିବା ଥାନା ଅଧିକାରୀ କହିଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories