www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷା ଓ କୋହଲା ପାଗ ସତ୍ତ୍ବେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ

ଖୁଣ୍ଟା : ମୟୂରଭଞ୍ଜ ଜିଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାର ଉଦାସୀନତା ମନୋଭାବ ଦେଖାଉଥିବା ପ୍ରତିବାଦରେ ମଙ୍ଗଳବାର ବିଜେପି ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ମଙ୍ଗଳବାର ବର୍ଷା ଓ କୋହଲା ପାଗ ସତ୍ତ୍ବେ ବିଜେପିର ଖୁଣ୍ଟା ବ୍ଲକ ଓ ଗୋପବନ୍ଧୁ ନଗର ବ୍ଲକର କର୍ମକର୍ତ୍ତା ଓ କର୍ମୀମାନେ ଦିନ ତମାମ ବନ୍ଦ ପାଳନ କରିଥିବା ଦେଖା ଯାଇଥିଲା। ଜିଲାରେ ୪୦୩ ଡାକ୍ତରଙ୍କ ମଧ୍ୟରୁ ୨୨୦ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ୪୬ ଜଣଙ୍କୁ ଜିଲାରୁ ବଦଳି କରାଯିବା ଓ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟକୁ ଉପେକ୍ଷା କରାଯାଇ ୟୁପିଏସସି କୋଚିଂ ସେଣ୍ଟର ଖୋଲା ନ ଯିବା ଘଟଣାର ତୀବ୍ର ପ୍ରତିବାଦ କରାଯାଇଥିଲା। ଗୋପବନ୍ଧୁ ନଗର ବ୍ଲକର ଖୁଣ୍ଟା ବଜାର ସମେତ, ପୁରୁଣା ବାରିପଦା, କୁଆମରା ଓ ଖୁଣ୍ଟା ବ୍ଲକର ଡୁକୁରା, ବାସିପିଠା, କହ୍ନେଇଁବନ୍ଧ, ବିସିପୁରରେ ଦୋକାନ ବଜାର ବନ୍ଦ ରହିଥିଲା। ସେହି ପରି ଉଭୟ ବ୍ଲକର ସରକାରୀ , ଅର୍ଦ୍ଧ ସରକାରୀ, ଘୋରୋଇ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ବିଜେପିର ଖୁଣ୍ଟା ବ୍ଲକର ୧୨ ନଂ ଜୋନ ସଭାପତି ସର୍ଦାର ହେମ୍ବ୍ରମ, ୧୩ ନଂ ଜୋନ ସଭାପତି ଭବାନୀ ଶଙ୍କର ଲେଙ୍କା, ଗୋପବନ୍ଧୁ ନଗର ବ୍ଲକର ୧୪ ନଂ ଜୋନର ସଭାପତି ଗୁରୁପ୍ରସାଦ ପ୍ରଧାନ, ୧୫ନଂ ଜୋନ ସଭାପତି ଶାନ୍ତନୁ ମଢୁଆଳ, ଯୁବ ସଭାପତି ହିମାଂଶୁ ଶେଖର ବେହେରାଙ୍କ ସମେତ ଦଳର ଅନ୍ୟ କର୍ମକର୍ତ୍ତା ମାନେ ବନ୍ଦର ନେତୃତ୍ୱ ନେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories