www.samajalive.in
Monday, December 8, 2025
14.1 C
Bhubaneswar

ନିର୍ବାଚନରେ ଭୋଟ ହାର ବୃଦ୍ଧି ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼: ଆସନ୍ତା ମେ’ ୨୫ ତାରିଖରେ କେନ୍ଦୁଝର ଲୋକସଭା ସମେତ ଜିଲାର ୬ ବିଧାନସଭା ଆସନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବାପେକ୍ଷା ଚଳିତ ନିର୍ବାଚନରେ କିଭଳି ବହୁ ସଂଖ୍ୟାରେ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରି ପାରିବେ ସେଥିଲାଗି ଜିଲା ପ୍ରଶାସନ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି। ପ୍ରଭାବଶାଳୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ ମାଧ୍ୟମରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଶାଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲାରେ ଭୋଟ ହାର ବୃଦ୍ଧି ପାଇଁ ବିଶେଷ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଭୋଟରମାନଙ୍କୁ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ଅନୁପ୍ରାଣୀତ କରିବା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟେ ଭୋଟର ମହତ୍ୱ ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଭୋଟର ସଚେତନତା ପଦଯାତ୍ରା(ୱାକାଥନ) ବାହାରି ସହରର ବିଭିନ୍ନ ଜନଗହଳିପୁର୍ଣ ସ୍ଥାନ ଦେଇ ସ୍ଥାନୀୟ ହ୍ୟାଣ୍ଡବଲ ପଡ଼ିଆରେ ପହଞ୍ଚିଥିଲା। ଏହି ପଦଯାତ୍ରାକୁ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପଦେଷ୍ଟା ଡ଼ଃ ସାଧନା ରାଉତ ଏବଂ ଜିଲାପାଳ ଶ୍ରୀ ସିଂହ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଶତାଧିକ ଯୁବକ ଯୁବତୀ ହାତରେ ପ୍ଲାକାର୍ଡ଼ ଧରି ଜନସାଧାରଣଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇଥିଲେ। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ କେନ୍ଦୁଝର ତ୍ରିଲୋଚନ ମହାନ୍ତି, କେନ୍ଦୁଝରଗଡ଼଼ ପୌରପାଳିକା ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ, ଜିଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ଼, ଓରମାସ ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ, ବ୍ୟାଙ୍କ ଅଫ ଇଣ୍ଡିଆର ବରିଷ୍ଠ ପ୍ରବନ୍ଧକ ରବିନାରାୟଣ ମହାଳିକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଅନୁରୂପ ଭାବେ ଶନିବାର ସନ୍ଧ୍ୟାରେ କେନ୍ଦୁଝର ସଦର ମହକୁମା ଠାରେ ଅବସ୍ଥିତ ହ୍ୟାଣ୍ଡବଲ ପଡ଼ିଆରେ ଏକ ଦସ୍ତଖତ ଅଭିଯାନ ଏବଂ ଭୋଟର ସଚେତନତା ବାର୍ତ୍ତା ସମ୍ବଳିତ ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ଏଥିରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ସିଂହ ଓ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକରଙ୍କ ସମେତ ଜିଲାର ଅନ୍ୟ ପଦାଧିକାରୀ ଉପସ୍ଥିତ ରହି ସାଧାରଣ ଜନତା ବିଶେଷତଃ ଯୁବବର୍ଗଙ୍କୁ ସମ୍ବିଧାନ ପ୍ରଦତ୍ତ ମତାଧିକାର ସାବ୍ୟସ୍ତ ପାଇଁ ପ୍ରବର୍ତ୍ତାଇଥିଲେ।

ସୂଚନାଯୋଗ୍ୟ ଯେ, ଜିଲାପାଳ ଶ୍ରୀ ସିଂହ ସମସ୍ତ ଭୋଟରଙ୍କୁ ଭୋଟ ଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ନିବେଦନ କରି ଆସୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories