www.samajalive.in
Monday, December 8, 2025
27.1 C
Bhubaneswar

ବନାରସରୁ ମିଳିଲା ନଡ୍ଡାଙ୍କ କାର୍‌: ଦିଲ୍ଲୀରୁ ହୋଇଥିଲା ଚୋରି, ଅପବ୍ୟବହାର ପାଇଁ..

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଚୋରି ହୋଇଥିବା ହରିୟାଣା ନମ୍ବରଯୁକ୍ତ ଫର୍ଚୁନର କାର୍‌କୁ ୟୁପିର ବନାରସରୁ ଉଦ୍ଧାର କରିଛି ଦିଲ୍ଲୀ ପୁଲିସ। କାର ଖୋଜିବା ପାଇଁ ଗଠନ କରାଯାଇଥିଲା ଏକ ସ୍ୱତନ୍ତ୍ର ଟିମ୍ ୧୫ ଦିନ ମଧ୍ୟରେ ଏହାକୁ ଖୋଜି ବାହାର କରିଛନ୍ତି। ଏହି ୧୫ ଦିନରେ କାର୍‌କୁ ୯ଟି ସହରକୁ ନିଆଯାଇଥିଲା। କାରରେ ସାଂସଦ ଏକ ଷ୍ଟିକର ଲାଗିଥିଲା, ତେଣୁ ଏହାର ଅପବ୍ୟବହାର ହେବାର ସମ୍ଭାବନା ଥିଲା।

ମାମଲାରେ ପୁଲିସ ବଡ଼କଲର ଶାହିଦ ଏବଂ ଶିବାଂଶ ତ୍ରିପାଠୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ନିଜ ସହକର୍ମୀମାନଙ୍କ ସହ ମିଶି କାର୍‌ଟିକୁ ଚୋରି କରି ନେଇଥିଲେ। ଶାହିଦ ଫରିଦାବାଦରେ ତା’ର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ଗାଡ଼ିରେ ବସାଇ ଦେଇଥିଲା, ଯଦ୍ବାରା ପୁଲିସ ତାଙ୍କୁ ଧରି ପାରିବ ନାହିଁ। ବଡ଼କଲରେ ସେମାନେ ନମ୍ବର ପ୍ଲେଟ୍‌ ବଦଳାଇ ଦେଇଥିଲେ। ଗାଡ଼ି ୟୁପି ନେଇ ଯାଉଥିବାବେଳେ ଅଭିଯୁକ୍ତଙ୍କୁ ଜଣାପଡ଼ିଯାଇଥିଲା ଯେ ଏହା ବିଜେପି ଅଧ୍ୟକ୍ଷଙ୍କ କାର୍‌, ତଥାପି ସେମାନଙ୍କର ଭୟ ନଥିଲା।

ଭୁବନେଶ୍ୱର ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ

- Advertisement -

ନଡ୍ଡାଙ୍କ କାର୍ ମାର୍ଚ୍ଚ ୧୮-୧୯ ତାରିଖ ରାତିରେ ରବିଦାସ ମାର୍ଗ, ଅରୋରା ପ୍ରପର୍ଟି ସମ୍ମୁଖ, ଗୋବିନ୍ଦପୁରୀ ଅଞ୍ଚଳରୁ ଚୋରି ହୋଇଥିଲା। ତାଙ୍କ ଚାଳକ ଯୋଗୀନ୍ଦର ସିଂହ କାର୍‌କୁ ପିଜ ଘରକୁ ନେଇ ଯାଇଥିଲା। ଦକ୍ଷିଣ-ପୂର୍ବ ଜିଲା ପୁଲିସ ଡେପୁଟି କମିଶନର ରାଜେଶ ଦେବ ଏସିପି ଦିଲୀପ ସିଂହ ଏବଂ ଜିଲାର ଯାନବାହାନ ଚୋରୀ ନିରୋଧୀ ସ୍କ୍ବାଡ୍‌ ଦାୟିତ୍ୱରେ ଥିବା ରାଜେନ୍ଦ୍ର ସିଂହ ଡାଗରଙ୍କ ତତ୍ତ୍ୱାବଧାନରେ ପ୍ରାୟ ୧୨ ଜଣ ପୁଲିସ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲେ। ଏହି ଟିମ୍ ମାର୍ଚ୍ଚ ୨୦ରେ ହିଁ ଦିଲ୍ଲୀରୁ ୟୁପି ଏବଂ ହରିୟାଣା ଅଭିମୁଖେ ବାହାରି ଯାଇଥିଲେ। ଅଭିଯୁକ୍ତ ଶାହିଦ କହିଛି ଯେ, ସେମାନେ କାର୍‌ ଚୋରି କରିବା ପାଇଁ କ୍ରେଟାରେ ଦିଲ୍ଲୀ ଆସିଥିଲେ। ପୁଲିସ କାର୍‌କୁ ଉଦ୍ଧାର କରିଛି। ଗୋବିନ୍ଦପୁରୀ, ଦିଲ୍ଲୀ, ଫରିଦାବାଦ, ବଡ଼କଲ, ଅଲୀଗଡ଼, ଲଖିମପୁର ଖେରୀ, ସୀତାପୁର, ବରେଲୀ, ଲକ୍ଷ୍ନୌ ଓ ବନାରସ ପରେ କାର୍‌କୁ ନାଗାଲାଣ୍ଡ ନିଆଯାଉଥିଲା। ଚାହିଦା ଅନୁଯାୟୀ ସେମାନେ କାର ଚୋରି କରିଥିବା ଅଭିଯୁକ୍ତ ପ୍ରକାଶ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍‌ ଚୋରି ହୋଇଥିଲା, ଆଉ ଏହାକୁ ନେଇ ଦିଲ୍ଲୀ ପୁଲିସର ନିଦ ହଜି ଯାଇଥିଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories