www.samajalive.in
Monday, December 8, 2025
24.1 C
Bhubaneswar

ବିନା ଟେଣ୍ଡରରେ କାର୍ଯ୍ୟାଦେଶ – ସନ୍ଦେହରେ ଅତିରିକ୍ତ ଜିଲାପାଳଙ୍କ ଭୂମିକା

କଟକ: କଟକ ଜିଲାରେ ନିର୍ବାଚନ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ବିନା ଟେଣ୍ଡରରେ ନିର୍ଦିଷ୍ଟ ସଂସ୍ଥାକୁ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାର୍ଯ୍ୟାଦେଶ ଦେଇଥିବା ଅଭିଯୋଗ ହୋଇଛି। ଏମିତିକି ତାଙ୍କ ଦ୍ୱାରା ଗଠିତ କ୍ରୟ କମିଟିରେ ୩ଜଣ ଉପଜିଲାପାଳଙ୍କ ବଦଳରେ ଅନ୍ୟ କେତେକ ଅନୁଗତ ଅଧିକାରୀଙ୍କୁ ସଦସ୍ୟ ରଖି ମନଇଚ୍ଛା ନିର୍ବାଚନ ପାଇଁ ସାମଗ୍ରୀ କ୍ରୟ କରାଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଜିଲାର ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଜିଲାପାଳ ରିଟର୍ଣ୍ଣିଂ ଅଫିସର ଏବଂ ଅତିରିକ୍ତ ଜିଲାପାଳ ସହକାରୀ ରିଟର୍ଣ୍ଣିଂ ଅଫିସର ଅଛନ୍ତି। ଅତିରିକ୍ତ ଜିଲାପାଳଙ୍କୁ ନିର୍ବାଚନ ପରିଚାଳନା, ତାଲିମ, ସମ୍ବେଦନଶୀଳ ବୁଥରେ ଭିଡିଓ ଉତ୍ତୋଳନ, ସିସିଟିଭି କ୍ୟାମେରା ଲଗାଇବା ସହିତ ନିର୍ବାଚନ ସଂକ୍ରାନ୍ତ ବିଭିନ୍ନ ସାମଗ୍ରୀ କ୍ରୟ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏଥିପାଇଁ ସରକାର ପ୍ରାୟ ୨କୋଟି ଟଙ୍କା ଜିଲା ପ୍ରଶାସନକୁ ଯୋଗାଇ ଦେଇଛନ୍ତି। ଉକ୍ତ ଅର୍ଥରେ ବିଭିନ୍ନ ସାମଗ୍ରୀ କ୍ରୟ କରିବା ସକାଶେ ୨ଟି ପ୍ରମୁଖ ଗଣମାଧ୍ୟମରେ ବିଜ୍ଞାପନ ଦେବାକୁ ନିୟମ ଥିଲା। ଏହିସବୁ ସାମଗ୍ରୀ କ୍ରୟ ପାଇଁ ଗଠିତ କମିଟିରେ ୩ଜଣ ଉପଜିଲାପାଳ, ଜିଲା ଉନ୍ନୟନ ଅଧିକାରୀ ସଦସ୍ୟ ରହିବାର ନିୟମ ରହିଛି। ଅତିରିକ୍ତ ଜିଲାପାଳ ଏହି କମିଟିରେ ୩ଜଣ ଉପଜିଲାପାଳ କିମ୍ବା ଉନ୍ନୟନ ଅଧିକାରୀଙ୍କ ବଦଳରେ ଜିଲା କ୍ରୀଡା ଅଧିକାରୀ, ସଂସ୍କୃତି ଅଧିକାରୀଙ୍କ ସଦସ୍ୟ ରଖି ନିଜ ଇଚ୍ଛାନୁସାରେ ନିର୍ଦିଷ୍ଟ ସଂସ୍ଥାରୁ କୋଟି କୋଟି ଟଙ୍କାର ସାମଗ୍ରୀ କ୍ରୟ କରିଥିବା ଜଣାପଡ଼ିଛି। ରାଜ୍ୟର ପ୍ରମୁଖ ଗଣମାଧ୍ୟମ ବଦଳରେ ଏନ୍‌ଆଇସି ୱେବସାଇଟରେ କ୍ରୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସାମଗ୍ରୀ ଦେବା ପାଇଁ ଏକାଧିକ ସଂସ୍ଥା ଭାଗ ନେଇନଥିଲେ ଏବଂ ଏକ ନିର୍ଦିଷ୍ଟ ସଂସ୍ଥାକୁ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଅତିରିକ୍ତ ଜିଲାପାଳଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଦୁଇ କିରାଣି ଚନ୍ଦନ କୁମାର ରାଉତ ଏବଂ ସୁବ୍ରତ କୁମାର ମିଶ୍ର ୨୦୦୯ରୁ ନିର୍ବାଚନ ପରିଚାଳନାରେ ରହିଛନ୍ତି। ସମ୍ପୃକ୍ତ ଦୁଇ କର୍ମଚାରୀଙ୍କ ବିରୋଧରେ ବିଜେପି ଓ କଂଗ୍ରେସ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ନିର୍ବାଚନ ଅଧିକାରୀ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ତତ୍କାଳୀନ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ପ୍ରଭାବିତ କରି ସମ୍ପୃକ୍ତ କରିତ୍‌କର୍ମା ଅତିରିକ୍ତ ଜିଲାପାଳ ଦୁଇ କିରାଣି ନିର୍ବାଚନ ପରିଚାଳନା ଦାୟିତ୍ୱରେ ନଥିବା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଥିଲେ। ବର୍ତ୍ତମାନ ପୂର୍ବପରି ସେମାନେ ନିର୍ବାଚନ ସଂକ୍ରାନ୍ତ ସମସ୍ତ କାର୍ଯ୍ୟ କରୁଛନ୍ତି।

- Advertisement -

ସେହିପରି ସମ୍ବେଦନଶୀଳ ବୁଥରେ ବୁଥ କ୍ୟାମେରା, ସିସି କ୍ୟାମେରା କ୍ରୟ ପାଇଁ ହୋଇଥିବା ଟେଣ୍ଡରରେ ଜଣେ ମାତ୍ର ଠିକା ସଂସ୍ଥା ଭାଗ ନେଇଥିଲେ। ଏହି ଟେଣ୍ଡର ବାତିଲ ନ ହୋଇ ନିର୍ଦିଷ୍ଟ ସଂସ୍ଥାକୁ କ୍ୟାମେରା ଯୋଗାଣ ପାଇଁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ସମ୍ପୃକ୍ତ ଅତିରିକ୍ତ ଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତାଲିମରେ ବ୍ୟାପକ ଅବସ୍ଥା ହୋଇଥିଲା। ଅଭିଜ୍ଞଙ୍କ ବଦଳରେ ତଳିଆ କର୍ମଚାରୀଙ୍କୁ ତାଲିମ ଦେଇଥିବା ବହୁ କର୍ମଚାରୀ ଅଭିଯୋଗ କରିଥିଲେ। ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ହେଲେ, ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ଉଭୟ ବିଜେପି ଓ କଂଗ୍ରେସର ବହୁ ବରିଷ୍ଠ ନେତା ମତ ଦେଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories