ଡେସ୍କ: ଚଳିତ ସପ୍ତାହରେ ଗାଜାରେ ଏୟାର ଷ୍ଟ୍ରାଇକରେ ୭ ଜଣ ସହାୟତା କର୍ମୀଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ଗୁରୁତର ତ୍ରୁଟି ଓ ପ୍ରକ୍ରିୟାର ଉଲ୍ଲଂଘନ ହୋଇଥିବା ଜଣାପଡ଼ିବା ପରେ ଇସ୍ରାଏଲ ସେନା ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛି। ସୋମବାର ରାତିରେ ଇସ୍ରାଏଲ ସେନା ଭୁଲବଶତଃ ହମାସ ବନ୍ଧୁକଧାରୀ ଭାବି ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ୍ ସହାୟତା ଗୋଷ୍ଠୀର ଗାଡ଼ି ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ତ୍ରୁଟିପୂର୍ଣ୍ଣ ଚିହ୍ନଟ ଯୋଗୁଁ ହୋଇଥିବା ଏହି ଆକ୍ରମଣ ଏକ ଗମ୍ଭୀର ଭୁଲ ବୋଲି ଇସ୍ରାଏଲ ସେନା କହିଛି।
ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ୧୮ ପର୍ଯ୍ୟନ୍ତ ବୃଦ୍ଧି



