www.samajalive.in
Monday, December 8, 2025
20.1 C
Bhubaneswar

ବାରୁଣୀ ସ୍ନାନ ଯାତ୍ରା ଆରମ୍ଭ

ପାତ୍ରପୁର : ସମାସିଙ୍ଗି ଶାସନ  ଗ୍ରାମରେ ଆଜି ମହା ବାରୁଣୀ ସ୍ନାନ ଯାତ୍ରା ପାଳିତ ହୋଇଛି। ଗ୍ରାମ ପାର୍ଶ୍ଵ ଦେଇ  ପ୍ରବାହିତ ପବିତ୍ର ବହୁଦା ନଦୀ ର ମହା ଶ୍ମଶାନ ଉତ୍ତର ବାଙ୍କ ବାରୁଣୀ ଘାଟ ନିକଟରେ ଅଞ୍ଚଳର ବହୁ ଭକ୍ତ  ବୁଡ଼ ପକାଇ ଥିଲେ।  ଲୋକମାନେ  ବାରୁଣୀ ଘାଟରେ  ବୁଡ଼ ପକାଇବା ପରେ ନିକଟରେ ଥିବା ବିଶ୍ୱନାଥ ମନ୍ଦିର,   ବାଇଧର ମନ୍ଦିର, ହନୁମାନ ମନ୍ଦିର ଦର୍ଶନ କରିବା ସହ ଦାନ ଧର୍ମ କରିଥିଲେ। ପ୍ରତିବର୍ଷ ଭଳି  ବାଇଧରଙ୍କ ପୀଠରେ ହୋମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ବୃନ୍ଦାବନ ମିଶ୍ର କର୍ତ୍ତା ରୂପେ ହୋମ କରିଥିଲେ। ଅଞ୍ଚଳର ବିଭିନ୍ନ ଗ୍ରାମର ସଂକ୍ରିତର୍ନ ଦଳ ପହଞ୍ଚି  ସଂକ୍ରିତର୍ନ କରି ଥିଲେ।

ଯାତ୍ରା ପାଇଁ ଗତ କାଲି ସନ୍ଧ୍ୟାରେ ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିର ରୁ ବାଦ୍ୟ ବାଜଣ ସହକାରେ ଅନୁକୂଳ ବାନା ଆଣି ବାରୁଣୀ ପୀଠରେ ସ୍ଥାପନ କରାଯାଇ ଥିଲା।  ମଧ୍ୟ ରାତ୍ରୀରେ ହରିହର ଭେଟ ପରେ ଆଳତି କରିବା ସହ ଉଭୟ ଠାକୁରଙ୍କୁ ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରି   ବାରୁଣୀ ଘାଟ କୁ ନିଆଁ ଯାଇ ଥିଲା। ପ୍ରଭୁଙ୍କ ନଗର ପରିକ୍ରମା ବେଳେ ବାଦ୍ୟ ବାଜନା ସହିତ କୁନି କୁନି କଳାକାର ଙ୍କ ବିଭିନ୍ନ ପଟୁଆର ସାଙ୍ଗକୁ ରଙ୍ଗୀନ ଆଲୁଅ ଯାତ୍ରାର ଶୋଭା ବଢାଇ ଥିଲା।

- Advertisement -

ପାତ୍ରପୁର ଅଞ୍ଚଳ ର ନୂଆଗଡ଼ ,ସମାସିଙ୍ଗି ଶାସନ ରେ ବାରୁଣୀ ସ୍ନାନଯାତ୍ରା ପ୍ରତିବର୍ଷ ପାଳନ  ହେଉଛି । ତିନିଦିନ ବ୍ୟାପୀ ସମାସିଙ୍ଗି ଶାସନ ଗ୍ରାମରେ ପାଳନ ହେବାକୁ ଥିବା ଯାତ୍ରା ରେ ବିଭିନ୍ନ ନାଟକ ମଞ୍ଚସ୍ଥ ହେବା କାର୍ଯ୍ୟକ୍ରମ ରହିଛି।ପ୍ରଭୁଙ୍କ ପଟୁଆର ଦେଖିବା ପାଇଁ ଅଂଚଳର ବହୁ ଭକ୍ତ ଙ୍କ ସହିତ ଗ୍ରାମର ବହୁ ବ୍ୟକ୍ତି ଗ୍ରାମକୁ ଆସିବା ଫଳରେ ଜଣ ସମାଗମ ବୃଦ୍ଧିପାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories