www.samajalive.in
Tuesday, November 18, 2025
16.1 C
Bhubaneswar

ତ୍ରିକୂଟ ଧାମ ବୈଦ୍ୟେଶ୍ଵର ମହାବାରୁଣୀ ସ୍ନାନ, ଯୋଗଦେଲେ ୫ ହଜାର ଶ୍ରଦ୍ଧାଳୁ

କଳାପଥର,(ବାଙ୍କୀ): ପବିତ୍ର ମହାବାରୁଣୀ ସ୍ନାନ ଉପଲକ୍ଷେ ତ୍ରିକୂଟ ଧାମ ବୈଦ୍ୟେଶ୍ଵର ମହାନଦୀ କୂଳ ବୈଦ୍ୟନାଥ ଘାଟ ଠାରେ ପବିତ୍ର ଉତ୍କଳ‌ ଗଙ୍ଗା ମହାନଦୀରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଶ୍ରଦ୍ଧାଳୁମାନେ ବୁଡ ପକାଇ ଥିଲେ। ପ୍ରାରମ୍ପିକ ପ୍ରଥା ଅନୁଯାୟୀ ଶ୍ରୀଜିଉଙ୍କୁ ସୁସଜ୍ଜିତ ବିମାନରେ ବିଜେ କରାଯାଇ ଏକ ପାଟୁଆରେ ମହାନଦୀ ଘାଟକୁ ନିଆଯିବା ପରେ ସେଠାରେ ଶ୍ରୀଜୀଉ ସ୍ନାନ କରିଥିଲେ। ସ୍ନାନଯାତ୍ରାରେ ପ୍ରଭୁ ବୈଦ୍ୟନାଥ ଦେବ, ଗୋପୀନାଥ ଦେବ, ନୃସିଂହନାଥ ଦେବ, କାଶୀ ବିଶ୍ଵନାଥ ଦେବ, ଜଗନ୍ନାଥ ମହାପ୍ରଭୁ, ଅମରନାଥ ଦେବ-ଅଳସୁଆ, ରଘୁନାଥ ଦେବ-ବଡବର, ବାଲୁଙ୍କେଶ୍ବର ଦେବଙ୍କ ବିଜେ ପ୍ରତିମା ବିମାନରେ ଆସି ପବିତ୍ର ଧାମରେ ବାରୁଣୀ ସ୍ନାନ ପୂର୍ବକ ଶ୍ରଦ୍ଧାଳୁମାନଙ୍କୁ ସ୍ନାନ ଜଳ ସିଞ୍ଚନ କରିଥିଲେ। ଏହି ନୈସଗ୍ରିକ ଦୃଶ୍ୟ ବହୁ ଭକ୍ତଙ୍କୁ ବିମୋହିତ କରିଦେଇଥିଲା। ଅନ୍ୟ ପକ୍ଷରେ ହଜାର ହଜାର ଭକ୍ତ ମଧ୍ୟ ଏହି ପବିତ୍ର ଘାଟରେ ସ୍ନାନ କରିଥିଲେ। ଏହି ପବିତ୍ର ଅବସରରେ ଅନେକ ଶ୍ରଦ୍ଧାଳୁ ସେମାନଙ୍କର ସ୍ବାର୍ଗବାସୀ ପିତା, ମାତା ତଥା ଆତ୍ମୀୟଙ୍କ ଅସ୍ତିକୁ ପରମ୍ପରିକ ଵିଧି ଅନୁଯାୟୀ ପୂଜାର୍ଜନା କରିବା ଏବଂ ଶ୍ରଦ୍ଧା ଅର୍ପଣ କରିବା ପରେ ମହାନଦୀ ଜଳରେ ବିସର୍ଜନ କରିଥିଲେ।
ଉତ୍ସବରେ ୧୨ ରୁ ଉର୍ଦ୍ଧ ଠାକୁର ମିଳିତ ହୋଇଥିଲେ।ଏହି ଉପଲକ୍ଷେ ତ୍ରିକୂଟ ଧାମ ବୈଦ୍ୟନାଥଙ୍କ ପରିସରରେ ଏକ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଅସ୍ଥାୟୀ ଦୋକାନ ବସିଥିଲେ।  ମହାନଦୀରେ ଶ୍ରୀଜୀଉଙ୍କୁ ସ୍ନାନ କରୁଥିବା ଦୃଶ୍ୟ ଦେଖିବା ସହିତ ମେଳା ବୁଲିବା ପାଇଁ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ବୈଦ୍ୟେଶ୍ଵର ଗ୍ରାମର ଗ୍ରାମବାସୀମାନଙ୍କ ଉଦ୍ୟମରେ ପ୍ରଭୁ ବୈଦ୍ୟନାଥ ଦେବଙ୍କ ପୀଠରେ ଗ୍ରାମର ଯୁବ ଗୋଷ୍ଠୀଙ୍କୁ ନେଇ ସମାଜସେବୀ ଶ୍ରୀ ରବିନାରାୟଣ ମଙ୍ଗରାଜ ଏବଂ ଶ୍ରୀ ଜୟକୃଷ୍ଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories