www.samajalive.in
Monday, December 8, 2025
13.1 C
Bhubaneswar

ମହାକାଶରେ ମହାଜାଗତିକ ଘଟଣା, ଏପ୍ରିଲ୍ ୮ରେ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ

ଭୁବନେଶ୍ବର: ଆସନ୍ତା ଏପ୍ରିଲ୍୮ ତାରିଖରେ ସଙ୍ଗଠିତ ହେବ ଏକ ବିରଳ ତଥା ସୁନ୍ଦର ପୂର୍ଣ୍ଣ ସୂର୍ଯ୍ୟପରାଗ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା,  କାନାଡା ଓମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଓ ଏହାର  ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଏହା  ଭାରତୀୟ ସମୟ  ରାତି ୯ଟା  ୧୨ ମିନିଟ ରେ ଆରମ୍ଭ ହୋଇ ପର ଦିନ ଭୋର ୨ ଟା ୨୨ ମିନିଟ ସମୟରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ ଟା ୪୭ ମିନିଟ ସମୟରେ ଦେଖାଯିବ।

ଆମ ସମାଜରେ ଆବାହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ବସ ଓ ଅନ୍ଧ ବିଶ୍ବସ ରହିଛି ।ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି ଓ ବିଜ୍ଞାନ ର ଅଗ୍ରଗତି ଫଳରେ ଆମେ ଗ୍ରହଣ ଓ ପରାଗ କାହିଁକି ଓ କିପରି ଘଟେ ତାହା ସଠିକ ଭାବରେ ଜାଣିସାରିଲେଣି। ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅ ର ଖେଳ ଯାହା ସୂର୍ଯ୍ୟ,  ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ  ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଓ ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟ କୁ ଦେଖିପାରନ୍ତି ନାହିଁ । ଏହା ରାତିର ଭ୍ରମ ସୃଷ୍ଟି କରିଥାଏ।ସୂର୍ଯ୍ୟ ପରାଗ ତିନି ପ୍ରକାରର : ଆଂଶିକ, ସଂପୂର୍ଣ୍ଣ ଓ ବଳୟ ।

- Advertisement -

ଅନେକ ବର୍ଷ ପରେ  ଏପ୍ରିଲ୍ ୮ ତାରିଖର ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା,  କାନାଡା ଓ ମେକ୍ସିକୋର  ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ପୂର୍ଣ୍ଣପରାଗ ଦେଖାଯିବ । ଏକ ଅନୁମାନ ଅନୁସାରେ ଏଥର ପୂର୍ଣ୍ଣପରାଗକୁ ଦେଖିବା ପାଇଁ ଏହି ଅଞ୍ଚଳରେ ୪ କୋଟିରୁ ଅଧିକ ଲୋକ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ଚାହିଁ ବସିଛନ୍ତି । ଆଂଶିକ ପରାଗ ଦେଖାଯିବା ଅଞ୍ଚଳରେ ୪୫ କୋଟି ରୁ ଅଧିକ ଲୋକ ବସବାସ କରୁଛନ୍ତି ।

ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗକୁ ଦେଖିବା ପାଇଁ ଅନେକ ଦେଶର ବୈଜ୍ଞାନିକ  ଓ  ଲକ୍ଷଲକ୍ଷଲୋକ ସେଠାକୁ ଯାଉଛନ୍ତି ସେଠି ସମସ୍ତ ହୋଟେଲ ଅତି ଚଢା ଦରରେ ଅନେକ ଆଗରୁ ବୁକ୍ ହୋଇସାରିଛି | ଅନେକ ସ୍ଥାନରେ ନାଚଗୀତ, ଭୋଜିଭାତ ସହ ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗକୁ ଦେଖିବା ପାଇଁ ବିଭିନ୍ନ ଆୟୋଜନ କରାଯାଇଛି ।  ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଲାଣି । ସେଠାର ପ୍ରଶାସନ  ସ୍ଥାନୀୟ ବାସିନ୍ଦା ତଥା ସେଠାକୁ ଆସୁଥିବା ଲକ୍ଷଲକ୍ଷ ପରିଦର୍ଶକଙ୍କ ନିରାପତ୍ତା ତଥା ସୁରକ୍ଷା କାର୍ଯ୍ୟରେ ଲାଗି ପଡିଛନ୍ତି ।

ଏଠାରେ କେହିବି କହୁନାହାନ୍ତି  ଯେ ସୂର୍ଯ୍ୟ ପରାଗ ଦେଖନ୍ତୁ ନାହିଁ,  ଅପରପକ୍ଷେ ସେଠାର ପ୍ରଶାସନ ଓ ଜନ ସାଧାରଣ   ଲାଗି ପଡିଛନ୍ତି କିପରି ଅଧିକ ଲୋକ ଆସିବେ, ରହିବେ, ଖାଇବେ ପିଇବେ ନିରାପଦ ଓ ସୁରୁଖୁରୁରେ ସୂର୍ଯ୍ୟ ପରାଗ ଦେଖି ପାରିବେ । ଏହା ଆମ ସମସ୍ତଙ୍କ ପାଇଁ ନିଜର ଚିନ୍ତାଧାରାକୁ ପରିର୍ବତ୍ତନ କରିବାର ସମୟ ଆଣିଛି। ବୈଜ୍ଞାନିକ ଚିନ୍ତାଧାରାର ଉନ୍ନତି ବିନା ଆମ ସମାଜ ଆଗକୁ ବଢିବା ଅସଂଭବ ଅଟେ । ପରମ୍ପରାବାଦି ମାନେ ସୂର୍ଯ୍ୟ ପରାଗଓ ଚନ୍ଦ୍ରଗ୍ରହଣ ବେଳେ  କରୁଥିବା ଅବୈଜ୍ଞାନିକ ଯୁକ୍ତିର କିଛି ସତ୍ୟତା ନାହିଁ ବୋଲି କୋଟି କୋଟି ଲୋକଙ୍କ ସୂର୍ଯ୍ୟ ପରାଗଦର୍ଶନ ପ୍ରମାଣ କରୁଛି ।

 

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories