www.samajalive.in
Tuesday, December 9, 2025
15.1 C
Bhubaneswar

ଜୀବନ ଓ ସଫଳତା – ଜୟା କିଶୋରୀଙ୍କ ୧୦ଟି ବାଣୀ

ଡେସ୍କ: ଆଧୁନିକ ଦୁନିଆର ମୀରା ନାମରେ ପରିଚିତ ଜୟା କିଶୋରୀ ଭଗବାନ ଶ୍ରୀକୃଷ୍ଣଙ୍କ ଜଣେ ଭକ୍ତ ଓ ଉପାସକ। ତାଙ୍କର କଥା ସବୁ ବର୍ଗର ଲୋକଙ୍କ ପାଇଁ ଉପଯୋଗୀ। ପଶ୍ଚିମବଙ୍ଗର କୋଲକାତାରେ ଜନ୍ମିତ ଜୟ କିଶୋରୀ ଏକାଧାରରେ ଜଣେ କଣ୍ଠଶିଳ୍ପୀ, ସଙ୍ଗୀତଜ୍ଞ, ଆଧ୍ୟାତ୍ମିକ ନେତା ଏବଂ ପ୍ରେରଣାଦାୟୀ ବକ୍ତା। ଆସନ୍ତୁ ଜାଣିବା ସଫଳତା ହାସଲ କରିବା ଏବଂ ସୁଖ ପାଇବା ଉପରେ ଜୟା କିଶୋରୀଙ୍କ କିଛି ବାଣୀ ସମ୍ପର୍କରେ।

– ସମସ୍ତଙ୍କ ଜୀବନରେ ଜିତ ହାର ଆସିଥାଏ। ଜିତିବା ଓ ହାରିବା ସଂଖ୍ୟା ମଧ୍ୟରେ ସୀମିତ ନୁହେଁ। ଆମେ ଯେତେବେଳେ ଜୀବନରେ ସଫଳତା ପାଉ, ତାହା ଯେତେ ଛୋଟ ହେଉଁ ନା କାହିଁକି, ଖୁସିରେ ଗ୍ରହଣ କରିବା ଆବଶ୍ୟକ ଓ ସେହି ସଫଳତାକୁ ପାଳନ କରିବା ଆବଶ୍ୟକ। ଜୀବନ ହେଉଛି ହାର ଜିତ ମଧ୍ୟରେ ସନ୍ତୁଳନ ରକ୍ଷା କରିବା। ତେଣୁ କେବେ ବି ନିଜ ଉପରୁ ଆଶା ହରାନ୍ତୁ ନାହିଁ।

- Advertisement -

– ଯେତେ ଅଧିକ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବେ, ଜୀବନରେ ସେତିକି ହଇରାଣ ହେବାର ସମ୍ଭାବନା ରହିଛି। ତେଣୁ ଏହା ଭାବି କେହି ଆପଣଙ୍କୁ ସମର୍ଥନ କରିବେ ବୋଲି ଅପେକ୍ଷା କରନ୍ତୁ ନାହିଁ। ନିଜେ ସାହସ ସଂଚୟ କରି ଉଠିବାକୁ ଚେଷ୍ଟା କରନ୍ତୁ, ପୁନର୍ବାର ଆରମ୍ଭ କରନ୍ତୁ।

– ଆପଣଙ୍କୁ କିଏ ଭଲ ଭାବେ ଜାଣେ? ଏ ଦୁନିଆରେ ଜଣେ ନିଜେ ନିଜକୁ ଯେତିକି ଭଲ ଭାବେ ଜାଣିଥାଏ, ଅନ୍ୟ କେହି ସେତିକି ଜାଣିନ ଥାନ୍ତି। ତୁମ ଭିତରେ କଣ ଘଟୁଛି, ତାହା ଅନ୍ୟମାନେ ସହଜରେ ଅନୁଭବ କରି ପାରିବେ ନାହିଁ। ତେଣୁ ଜୀବନରେ ଘଟୁଥିବା ପ୍ରତ୍ୟେକ ଘଟଣାରୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ ଯାହା ପରବର୍ତ୍ତୀ ସମୟରେ ଦୁଃଖ ଲାଘବ କ୍ଷେତ୍ରରେ ସହାୟକ ହେବ।

– ଆପଣଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଶିଖିବା ପାଇଁ ଏକ ଅନୁଭୂତି ଅଟେ, ଏହାକୁ ସ୍ମରଣ କରନ୍ତୁ କାରଣ ଅନୁଭୂତିର ଏହି ଭଣ୍ଡାର ଆପଣଙ୍କୁ ସ୍ୱତନ୍ତ୍ର ହେବାରେ ସାହାଯ୍ୟ କରିବ।

– ଯେପର୍ଯ୍ୟନ୍ତ ଅନ୍ଧାରକୁ ଡରିବେ, ତାହା ଆପଣଙ୍କୁ ଅଧିକରୁ ଅଧିକ ଡ଼ରାଇବ। ଗୋଟିଏ ମୁହୂର୍ତ୍ତରେ ସାହସ ଦେଖନ୍ତୁ, ଦେଖିବେ ତାହା ଆପଣଙ୍କ ମଧ୍ୟରେ ଥିବା ଚିନ୍ତା ଓ ନକାରାତ୍ମକତାକୁ ଦୂରେଇ ଦେବ।

– ନକାରାତ୍ମକ ଚିନ୍ତାଧାରା ଅପେକ୍ଷା ସକାରାତ୍ମକ ଚିନ୍ତାଧାରାକୁ ବାଛି ନିଅନ୍ତୁ। ଆପଣଙ୍କ ଜୀବନ ଉନ୍ନତ ହେବ।

– ବିଶ୍ୱାସ ହିଁ ଏଭଳି ଔଷଧ ଯାହା ଉଜୁଡି ଯାଇଥିବା ଦୁନିଆକୁ ନୂଆ ଆଲୋକ ଦେଖାଏ। ସଫଳ ଜୀବନଯାପନ ପାଇଁ ସବୁବେଳେ ପ୍ରତିଭାର ଆବଶ୍ୟକତା ନଥାଏ, ସଚ୍ଚୋଟ ଉଦ୍ୟମ ଜରୁରୀ।

– ଆପଣ ପ୍ରଥମେ ନିଜକୁ ଯଥେଷ୍ଟ ସମ୍ମାନ ଦିଅନ୍ତୁ କାରଣ ଆପଣଙ୍କୁ ଅବମାନନା କରିବାର କାହାର ଅଧିକାର ନାହିଁ।

– ଏକୁଟିଆ ହେଉ ପଛେ, ଯଦି ସତ୍ୟର ସମର୍ଥନ କରୁଛନ୍ତି ତାହେଲେ ବିଜୟ ସୁନିଶ୍ଚିତ।

– ଶାନ୍ତ ଓ ନିରବ ଭାବେ ବସି ରହି ସେଭଳି ଲୋକଙ୍କୁ ନିଜ ଜୀବନରୁ ହଟାଇ ଦିଅନ୍ତୁ ଯେଉଁମାନେ ଆପଣଙ୍କ ପାଇଁ ନକାରାତ୍ମକ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories