www.samajalive.in
Sunday, December 7, 2025
18.1 C
Bhubaneswar

ମରାମତି ହେଉନି ଅଚଳ ନଳକୂଅ, ପିଇବା ପାଣି ଟୋପାଏ ପାଇଁ କଲବଲ ଲୋକେ

ଝୁମ୍ପୁରା: ଗ୍ରୀଷ୍ମ ପ୍ରବାହ ଅବ୍ୟବହିତ ପୂର୍ବରୁ ଯେଉଁ ସ୍ଥାନରେ ପାଣି ସଂକଟ ଲାଗି ରହିଛି ସେଠାରେ ପାଣିର ସୁବିଧା କରିବା ସହିତ ଅଚଳ ନଳକୂଅଠାରୁ ଆରମ୍ଭ କରି ଗଭୀର ନଳକୂଅ ତା’ସହିତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ମରାମତି କରିବା ପାଇଁ ସରକାର ତରଫରୁ ପ୍ରତିଜିଲାପାଳଙ୍କୁ କଡା ନିର୍ଦେଶ ଦିଆଯାଇଛି। ଜିଲାପାଳ ପ୍ରତି ବ୍ଲକରେ ରହିଥିବା ଗ୍ରାମ୍ୟ ପାନୀୟ ଜଳ ବିଭାଗ ଏବଂ ପରିମଳ ବିଭାଗର ଅଧିକାରୀ ମାନଙ୍କୁ ପାନୀୟ ଜଳ ଅସୁବିଧା ରହିଥିବା ଗ୍ରାମ ଗୁଡିକରେ ତୁରନ୍ତ ପାନୀୟ ଜଳର ସୁବିଧା କରିବା କଡା ନିର୍ଦେଶ ଦେଇଥିଲେ ମଧ୍ୟ ଝୁମ୍ପୁରାଠାରେ ରହିଥିବା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ତଥା ପରିମଳ ବିଭାଗ ଆଦୌ ଧ୍ୟାନ ଦେଇ କାର୍ଯ୍ୟ କରୁନଥିବାରୁ ଆଜି ବ୍ଲକର ଅନେକ ଗ୍ରାମରେ ପାଣି ସଂକଟ ଦେଖା ଦେଇଥିବା ଦେଖିବାକୁ ମିଳିଛି। ବ୍ଲକର ବାରିଆ ଥାନା ଅନ୍ତର୍ଗତ ଧାତିକା ବେହେରା ସାହିରେ ବର୍ତମାନ ୨୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ଏହି ପରିବାର ଲୋକଙ୍କ ପାଇଁ ସରକାର ତରଫରୁ ଗୋଟାଏ ନଳକୂଅ ଯୋଗାଇ ଦେଇଛନ୍ତି ନଳକୂଅରୁ ପାଣି ପର୍ଯ୍ୟାପ୍ତ ବାହାରୁ ଥିବାରୁ ବେହେରା ସାହି ବାସିନ୍ଦା ପିଇବା ପାଣି ପାଇବାରେ ଅସୁବିଧାର ସମ୍ମୁଖିନ କେବେ ହୁଅନ୍ତି ନାହିଁ। କିନ୍ତୁ ସାହିରେ ରହିଥିବା ନଳକୂଅଟି ଆଜକୁ ୨ ମାସରୁ ଉଦ୍ଦ୍ୱର୍ ହେବ ଅଚଳ ହୋଇ ପଡ଼ିଥିବାରୁ ସାହି ବାସିନ୍ଦା ପିଇବା ପାଣି ଟୋପାଏ ପାଇ କଲବଲ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଚଳ ନଳକୂଅକୁ ମରାମତି କରିବା ପାଇଁ ରାଜ୍ୟ ସରକାର କରିଥିବା ଟୋଲ ଫ୍ରି ନମ୍ବରଠାରୁ ଆରମ୍ଭ କରି ବ୍ଲକସ୍ତରରେ ରହିଥିବା ଅଧିକାରୀ ପଚାୟତର ଅଧିକାରୀମାନଙ୍କୁ ପାଖରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ନଳକୂଅ ମରାମତି କରିବା ଦିଗରେ ପ୍ରଶାସନର ଅଧିକାରୀ ମାନେ ଗୁରୁତ୍ୱ ଦେଉ ନାହାନ୍ତି। ହରିଜନ ପରିବାର ଲୋକମାନେ ୫ ଶହ ମିଟର ଧାତିକା ଗ୍ରାମରେ ରହିଥିବା ନଳକୂଅକୁ ପାଣି ଆଣିବା ପାଇଁ ଯାଇଥାନ୍ତି କିନ୍ତୁ ଧାତିକା ଗ୍ରାମବାସୀମାନେ ହରିଜନ ମହିଳାମାନଙ୍କୁ ବିଭିନ୍ନ ପ୍ରକାର କଟୁକଥା କରିଥାନ୍ତି ତଥାପି ହରିଜନ ମହିଳାମାନେ ତାଙ୍କ କଟୁକଥାକୁ ମଥାପାତି ସହ୍ୟ କରି ବଞ୍ଚିବା ପାଇଁ ପାଣି ସଂଗ୍ରହ କରିଥାନ୍ତି ବୋଲି ସାହିର ମହିଳା ରେଣକୁ ବେହେରା, ଲରୀ ବେହେରା, ମିନୁ ବେହେରା, ଟୀମା ବେହେରା, ଟିନୁ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ବେହେରା ସାହି ବାସିନ୍ଦା ପାଇଁ ପିଇବା ପାଣିର ବିକଳ୍ପ ବ୍ୟବସ୍ଥା ନଥିବାରୁ ଆଜି ବାଧ୍ୟ ହୋଇ ଧାତିକା ଗ୍ରାମ ଉପରେ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି। ବେହେରା ସାହି ବାସିନ୍ଦା ମାନଙ୍କ ନିମନ୍ତେ ସାହି ନିକଟରେ ଏକ ପୋଖରୀ ରହିଛି କିନ୍ତୁ ପୋଖରୀର ପାଣି ଫେବ୍ରୁଆରୀ ମାସ ବେଳକୁ ସଂପୂର୍ଣ୍ଣ ଭାବରେ ଗୋଳିଆ ହୋଇଯାଉଛି, ଯାହା ଫଳରେ ପୋଖରୀ ପାଣିକୁ ସାହି ବାସିନ୍ଦା ବ୍ୟବହାର କରିପାରୁ ନାହାନ୍ତି। ସାହି ବାସିନ୍ଦା ପିଇବା ପାଣିଠାରୁ ଆରମ୍ଭ କରି ଗାଧୁଆ କାମ ତା’ସହିତ ଘରେ ରଖିଥିବା ଗୃହ ପାଳିତ ପଶୁ ପକ୍ଷୀମାନଙ୍କ ନିମନ୍ତେ ଅନ୍ୟ ଗ୍ରାମର ପାଣି ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ଅତ୍ୟଧିକ ବୃଦ୍ଧି ପାଇବା ସହିତ ଅସହ୍ୟ ଗରମ ହେଉଥିବାରୁ ସାହି ବାସିନ୍ଦା ମାନଙ୍କ ନିମନ୍ତେ ଅଧିକ ପାଣି ଦରକାର ହେଉଛି। ସାହିରେ ରହିଥିବା ନଳକୂଅ ମରାମତି କରିବା ପାଇଁ ବ୍ଲକ ପ୍ରଶାସନ ପାଖରେ ଯଦି ସାମଗ୍ରୀ ନାହିଁ ତା’ହେଲେ ଧାତିକା ବେହେରା ସାହିକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ସାହି ବାସିନ୍ଦା ଦାବି କରିଛନ୍ତି। ଦୁଇ ଚାରି ଦିନ ମଧ୍ୟରେ ସାହିରେ ପିଇବା ପାଣି ସଂକଟ ଦୂର ନହେଲେ ବାଧ୍ୟ ହୋଇ ସାହି ବାସିନ୍ଦା ହାଣ୍ଡି ଗରା ଧରୀ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସାହିର ମହିଳା ମାନେ ବ୍ଲକ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଧାତିକା ବେହେରା ସାହି ନଳକୂଅକୁ ମରାମତି କରିବା ଦିଗରେ ବିଡିଓ ସ୍ୱତନ୍ତ ଭାବରେ ଦୃଷ୍ଟି ଦେବାକୁ ସାହି ବାସିନ୍ଦା ତରଫରୁ ଦାବି ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories