www.samajalive.in
Monday, December 8, 2025
16.1 C
Bhubaneswar

୨୪ ଘଣ୍ଟା ଧରି ୩୦ ଗାଁରୁ ବିଜୁଳି ଗୁଲ୍

ଲଡୁଗାଁ : କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ଗରମ ଦିନେ ଲୋକଙ୍କୁ ନିରନ୍ତର ଗୁଣାତ୍ମକ ବିଦ୍ୟୁତ ସେବା ମିଳୁନାହିଁ। ବାରମ୍ବାର ଅଘୋଷିତ ବିଜୁଳି କାଟ୍‌ ହେଉଛି। କେଉଁଠି ଭୋଲଟେଜ୍ ସମସ୍ୟା ଦେଖାଦେଉଛି ତ ଆଉ କେଉଁଠି ସାମାନ୍ୟ ବର୍ଷା ପବନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କଟି ଯାଉଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଲୋକମାନେ ବିଦ୍ୟୁତ୍‌ଜନିତ ସମସ୍ୟା ଅଧିକ ଭୋଗୁଛନ୍ତି। ରାଜ୍ୟ ସରକାରଙ୍କ ହାତରେ ଏବେ ବିଦ୍ୟୁତ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ। ଟାଟା ପାୱାର ସାରା ରାଜ୍ୟର ବିଦ୍ୟୁତ୍‌ ସରବରାହର ମାଲିକ ସାଜିଥିବା ଓ ଜୁଲୁମ୍ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଏଭଳି ସାଙ୍ଘାତିକ ଅଭିଯୋଗ ଗୋଟିଏ କି ଦୁଇଟି ଗାଁରୁ ନୁହେଁ ପ୍ରାୟ ୩୦ ଗାଁରୁ ଅଭିଯୋଗ ହେଉଛି ।

ପ୍ରାପ୍ତ ସୂଚନା ମତେ ବୁଧବାର ସନ୍ଧ୍ୟା ୬ ଘଣ୍ଟାରୁ କୁଟ୍ରୁ ସେକ୍ସନ ଚିକିଲି ଫିଡରର ଚିକିଲି, କାଶୀବାହାଲ, ତୁନଗାଁ, କନ୍ଦାବୁଟୁରା, ଆଇଁଲି, ରେଙ୍ଗାଲପାଲି ପୂଝାରୀଗୁଡା, ବିମଳା, ତାଲପଦର, ନୂଆଗୁଡା, ଉଚ୍ଛୁଲା, କୁଇସମାଲ, ସୋବିଗୁଡା, କୁମଜୋର ସେହିଭଳି ପ୍ରାୟ ଜୟପାଟଣା ଓ କୋକସରା ବ୍ଲକର ପ୍ରାୟ ୩୦ ଗ୍ରାମକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେବ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିବା ଶୁଣିବାକୁ ମିଳୁଛି । ଇତି ମଧ୍ୟରେ ଆଇଲି ଗ୍ରାମରେ ଗ୍ରାମବାସୀ ଅସହ୍ୟ ଗୁଳୁଗୁଳିରେ ବାହାରକୁ ବାହାରି ସଙ୍କୀର୍ତ୍ତନ କରୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ବିକାଶର ଡେଙ୍ଗୁରା ବଜାଉଥିବା ସରକାରଙ୍କ ରାଜ୍ୟର କୋଟି କୋଟି ଜନତା ପ୍ରବଳ ଗରମରେ ଛଟପଟ ହେଉଛନ୍ତି। କୋକସରା ଅଞ୍ଚଳ ରେ ଗତ କିଛି ଦିନ ହେଲା ଚାଲିଥିବା ଘନଘନ ବିଦ୍ୟୁତ କାଟ, ଲୋ ଭୋଲଟେଜ୍ ଏବଂ କାଳବୈଶାଖୀ ଯୋଗୁଁ ବିଦ୍ୟୁତ ଗୁଲ ହୋଇଯାଉଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ଚରମ ନିର୍ଦଶନ ବୋଲି କୁହାଯାଉଛି। କଳାହାଣ୍ଡିରେ ଦୀପ ତଳ ଅନ୍ଧାର ଭଳି ଅବସ୍ଥା। ଜୟପାଟଣା ଇନ୍ଦ୍ରାବତୀରୁ ଆବଶ୍ୟକତା ଅନୁସାରେ ଅଧିକ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ହେଉଛି। ତଥାପି ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ ହେବା ଦୁର୍ଭାଗ୍ୟର ବିଷୟ। ବ୍ୟବସ୍ଥାଗତ ସମସ୍ୟା କାରଣରୁ ଲୋକଙ୍କୁ ଭଲ ଭାବରେ ବିଦ୍ୟୁତ ମିଳିପାରୁ ନାହିଁ। ବିଦ୍ୟୁତ୍ କାଟ ନୂଆ ନୁହେଁ। କିନ୍ତୁ ଉପଭୋକ୍ତା ଏହି ଅସୁବିଧା ସହିତ ଅଭ୍ୟସ୍ତ ହୋଇଯାଇଛନ୍ତି। ଗ୍ରାମାଞ୍ଚଳରେ ଲୋକେ କିପରି ରହୁଛନ୍ତି ବୋଲି ପଚାରଯିବାରୁ ଜାଣିବାକୁ ମିଳିଛି ଯେ, ଲୋ ଭୋଲଟେଜ କାରଣରୁ ବିଦ୍ୟୁତ ସାମଗ୍ରୀର ସଠିକ ବ୍ୟବହାର ହୋଇପାରୁ ନାହିଁ। ଦୁର୍ଗମ ଗ୍ରାମରେ ବିଦ୍ୟୁତ ସେବା ଯେପରି ଭାବେ ରହିଛି, ତାହା ନକହିବା ଭଲ। ଦୁର୍ଗମ ଗ୍ରାମଗୁଡିକରେ ବିଦ୍ୟୁତ ସେବା ଚାଲିଗଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସେବା ଯୋଗାଇ ଦିଆଯାଉନଥିବା କୁହାଯାଇଛି। ଏପରିକି ଦୁଇ/ତିନି ଦିନ ବିଦ୍ୟୁତ ଆସି ନଥାଏ। ତେଣେ ପ୍ରବଳ ଖରାକୁ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିଦ୍ୟୁତ କାଟ ଲୋକଙ୍କ ଯନ୍ତ୍ରଣା ବଢ଼ାଇ ଦେଇଛି। ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀ ଓ ତାଙ୍କ ଅଧିନସ୍ଥ କର୍ମଚାରୀ ଅନେକବାର ହଇରାଣ ହରକତ କରୁଥିବା ଓ ସ୍ଵର ଉତ୍ତୋଳନ କଲେ ରାଗ ରଖି ବିଦ୍ୟୁତ୍ କାଟ କରୁଥିବା ମଧ୍ୟ ଲୋକେ ଅଭିଯୋଗ କରନ୍ତି । ଏହାସହ ଉପଭକ୍ତା କ୍ଷତିପୂରଣ ଦାବୀ କରିବା ସହ ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏ ନେଇ ବିଭାଗୀୟ ଯନ୍ତ୍ରୀ ବାବୁ ସାହେବ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ସୁଇଚ ଅଫ୍ ଆସିଥିଲା । ଯାହାଦ୍ବାରା କୌଣସି ସ୍ପଷ୍ଟିକରଣ ମିଳିପାରି ନ ଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories