www.samajalive.in
Monday, December 8, 2025
14.1 C
Bhubaneswar

ନବାଗତଙ୍କୁ ସୁଯୋଗ: ପୁରୁଖା ନେତାଙ୍କ ରକ୍ତଚାପ !ନିଜ ଜିଲାରେ ଚର୍ଚ୍ଚାରେ ମନମୋହନ

ଭଦ୍ରକ ଆସନରେ ନୂଆ ମୁହଁ, ଭଣ୍ଡାରିପୋଖରୀ ଓ ବାସୁଦେବପୁରକୁ ନେଇ ସଂଶୟ
ଭଦ୍ରକ : ଭଦ୍ରକ ଜିଲାର ୫ ବିଧାନସଭା ଆସନ ମଧ୍ୟରୁ ୩ଟି ପାଇଁ ବିଜେପି ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ଧାମନଗରରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଓ ଚାନ୍ଦବାଲିରୁ ନିଜେ ରାଜ୍ୟ ସଭାପତି ମନମୋହନ ପ୍ରାର୍ଥୀ ହେଉଛନ୍ତି। ତେବେ ଭଦ୍ରକ ଆସନରେ ନବାଗତ ସୀତାଂଶୁ ମହାପାତ୍ର(ଚନ୍ଦୁ)ଙ୍କୁ ପ୍ରାର୍ଥୀ କରିଛି ଦଳ। ଭଦ୍ରକ ଆସନ ପାଇଁ ଅନେକ ଆଶାୟୀ ଥିବାବେଳେ ନବାଗତ ସୀତାଂଶୁଙ୍କୁ ସୁଯୋଗ ମିଳିବା ବିଲକ୍ଷଣ ହୋଇଛି। ଭଦ୍ରକ ଆସନରେ ଗତ ଦୁଇଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଡାକ୍ତର ପ୍ରଦୀପ ନାୟକ ଏଥର ବାଦ ପଡ଼ିଛନ୍ତି। ଏହି ଆସନରେ ଜିଲା ସଭାପତି ହେମନ୍ତ ପାଢୀ, ପୂର୍ବତନ ଜିଲା ମହିଳା ମୋର୍ଚ୍ଚା ସଭାପତି ମନସ୍ମିତା ଖୁଣ୍ଟିଆ ଆଶାୟୀ ଥିବାବେଳେ ସେମାନଙ୍କୁ ନିରାଶ ହେବାକୁ ପଡିଛି। ସୀତାଂଶୁଙ୍କୁ ସୁଯୋଗ ପଛରେ ମନମୋହନଙ୍କ ଆଶୀର୍ବାଦ ଥିବା ନେଇ କର୍ମୀ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ଜିଲାର ବାକି ଦୁଇଟି ବିଧାନସଭା କ୍ଷେତ୍ର ଭଣ୍ଡାରିପୋଖରୀ ଓ ବାସୁଦେବପୁର ଆସନ ପ୍ରାର୍ଥୀ ଘୋଷଣାକୁ ଟାଳି ଦେଇଛି ବିଜେପି।
ଭଦ୍ରକରେ ନବାଗତଙ୍କୁ ସୁଯୋଗ ପରେ ବାକି ଦୁଇଟି ଲାଗି ମନମୋହନଙ୍କ ମତିଗତି କ’ଣ ରହିଛି ତା’କୁ ନେଇ ସ୍ୱାଭାବିକ ଉତ୍କଣ୍ଠା ପ୍ରକାଶ ପାଇଛି। ଭଣ୍ଡାରିପୋଖରୀ ଆସନରେ ଦଳର ବିଧାନସଭା କ୍ଷେତ୍ରର ନେତା ବଦ୍ରି ନାରାୟଣ ଧଳ ଓ ବାସୁଦେବପୁର ଆସନର ନେତା ମାଧବାନନ୍ଦ ମଲ୍ଲିକଙ୍କୁ ଏଥର ଟିକଟ ମିଳିବା ନ ମିଳିବା ନେଇ ସଂଶୟ ସୃଷ୍ଟି ହୋଇଛି। ଭଣ୍ଡାରିପୋଖରୀ ଲାଗି ବଦ୍ରି ପୁନଃ ଆଶାୟୀ ଥିବାବେଳେ ବାସୁଦେବପୁର ପାଇଁ ମାଧବାନନ୍ଦ ମଲ୍ଲିକଙ୍କ ପୁଅ ଉଦୟ ନାରାୟଣ ଆଶାୟୀ ଅଛନ୍ତି। ଉକ୍ତ ଆସନ ପାଇଁ ବିଜେପିର ବରିଷ୍ଠ ନେତା ଦୀନବନ୍ଧୁ ପତି ମଧ୍ୟ ଆଶାୟୀ ଅଛନ୍ତି। ତେବେ ମନମୋହନ ରାଜ୍ୟ ସଭାପତି ହେବା ପରେ ଅନ୍ୟ ଦଳରୁ ନେତା ବିଜେପିରେ ସାମିଲ ହୋଇ ଆଶାୟୀ ତାଲିକାରେ ନାମ ଦରଜ କରିଛନ୍ତି। ଭଣ୍ଡାରିପୋଖରୀ ଆସନର ବିଜେଡି ନେତା ସୁଧାଂଶୁ ନାୟକ ଦଳରେ ମିଶିଛନ୍ତି ଏବଂ ସେ ଆଶାୟୀ ମଧ୍ୟ ଅଛନ୍ତି। ଯଦି ମନମୋହନ ଚାହିଁବେ, ତାଙ୍କୁ ମଧ୍ୟ ଦଳୀୟ ଟିକଟ ମିଳିଯିବ ବୋଲି ଚର୍ଚ୍ଚା ହେଉଛି। ସେହିଭଳି ବାସୁଦେବପୁର ଆସନରେ ବିଜେଡିର ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ମନମୋହନ ନିକଟରେ ଦଳରେ ମିଶାଇଛନ୍ତି। ସେ ମଧ୍ୟ ଟିକଟ ଆଶାୟୀ ଅଛନ୍ତି। ଅନୁରୂପ ଭାବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇଙ୍କୁ ମଧ୍ୟ କିଛି ଦିନ ତଳେ ଦଳରେ ସାମିଲ କରାଇଛନ୍ତି ମନମୋହନ। ତାଙ୍କୁ ମଧ୍ୟ ଥଇଥାନର ପ୍ରତିଶ୍ରୁତି ମିଳିଥିବା କୁହାଯାଉଥିବାରୁ ବାସୁଦେବପୁର ଲାଗି ତାଙ୍କ ନାମ ମଧ୍ୟ ଚର୍ଚାକୁ ଆସୁଛି। ଆହୁରି ଉଲ୍ଲେଖନୀୟ ଯେ ଧାମନଗର ଉପ ନିର୍ବାଚନରେ ବିଜେଡିର ବିଦ୍ରୋହୀ ଭାବେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ (ରାଜୁ)ଙ୍କୁ ବିଜେପି ବାଲେଶ୍ୱର ଜିଲାର ସୋର ବିଧାନସଭା କ୍ଷେତ୍ର ଲାଗି ପ୍ରାର୍ଥୀ କରିଛି। ରାଜୁଙ୍କୁ ୩ ସପ୍ତାହ ତଳେ ଦଳରେ ମିଶାଇଥିଲେ ମନମୋହନ। ଏଣୁ ମନମୋହନଙ୍କ ନେତୃତ୍ୱ ଉପରେ ଭରସା କରି ଦଳରେ ମିଶୁଥିବା ନେତାଙ୍କୁ ପ୍ରାର୍ଥୀ କରାଯାଉଥିବାରୁ ବାକି ଦୁଇ ଆସନର ପୁରୁଖା ନେତାଙ୍କ ରକ୍ତଚାପ ବଢିବା ସ୍ୱାଭାବିକ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories