www.samajalive.in
Tuesday, December 9, 2025
17.1 C
Bhubaneswar

୧୧କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲାର ବିଭିନ୍ନ ଥାନା ଅଞ୍ଚଳ ପରି ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ଚାଷ ହେଉ କି ଗଞ୍ଜେଇ ଚାଲାଣ କମିବାରେ ନା ଧରୁନି। କାମ ଧନ୍ଦା ଅଭାବ ଏବଂ ସେମିତି କିଛି ରୋଜଗାରର ବିକଳ୍ପ ନଥିବା ବେଳେ ଯୁବ ଗୋଷ୍ଠୀ ଦାଦନ ମୁହାଁ ହେଉଥିବା ବେଳେ କେରଳ, କର୍ଣ୍ଣାଟକ, ବିହାର ଭଳି ବାହାର ରାଜ୍ୟରେ ମୁଲ ଖଟୁଛନ୍ତି। କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଅଳ୍ପ ସମୟରେ ଅଧିକ ରୋଜଗାର ଆଶାରେ ବହୁ ଶିକ୍ଷିତ ଯୁବକ ଯୁବତୀ ପଥ ଭ୍ରଷ୍ଟ ହୋଇ ଦୀର୍ଘ ଦିନରୁ ଗଞ୍ଜେଇ ଚାଲାଣକୁ ଆପଣେଇ ଥିବାରୁ ଗଞ୍ଜେଇ ଚାଷ କମିବାରେ ନା ଧରୁନି।
ପୁଲିସ ପ୍ରତି ବର୍ଷ ଗଞ୍ଜେଇ ଚାଷକୁ ମୂଳ ଉତ୍ପାଟନ ପାଇଁ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରୁଥିବା କହୁଥିବା ବେଳେ ବିଭିନ୍ନ ଜାଗାରେ ଚଢ଼ାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ ମଧ୍ୟ ଜବତ କରୁଥିବା ପୁଲିସ ସୂଚନା ଦେଉଛି। ପୁଣି ଥରେ ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲଦଡ଼ି ଗ୍ରାମ ଜଙ୍ଗଲରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୧୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରିଥିବା ଫିରିଙ୍ଗିଆ ପୁଲିସ ସୂଚନା ଦେଇଛି।
ପୁଲିସକୁ ଦେଖି ମାଫିଆ ଗଞ୍ଜେଇ ଛାଡି ଫେରାର ମାରିଥିବା ବେଳେ ଫିରିଙ୍ଗିଆ ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ୮୫/୨୪ ରେ ରୁଜୁ କରାଯାଇ ଜବତ ବିପୁଳ ପରିମାଣର ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories