www.samajalive.in
Monday, December 8, 2025
13.1 C
Bhubaneswar

ଆଧାରକୁ ଇଚ୍ଛାଧୀନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଳୀ: ବ୍ୟାଙ୍କ ଆକାଉଣ୍ଟ, ସିମ୍‍ କାର୍ଡ ଓ ସ୍କୁଲ୍‍ରେ ନାମ ଲେଖା ପାଇଁ ଆଧାର ବାଧ୍ୟତାମୂଳକ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାର ଏଥିପାଇଁ ପଦକ୍ଷେପ ନେଇଛନ୍ତି। ଆଧାର ଆଇନ୍‍ ୫୭ରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ପ୍ରସ୍ତୁତ ଚିଠା ବିଧେୟକକୁ ଆଜି କ୍ୟାବିନେଟ୍‍ କମିଟି ମଞ୍ଜୁର କରିଛି। ସଂସଦର ଚଳିତ ଅଧିବେଶନରେ ଏହି ବିଧେୟକ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ସବୁ କ୍ଷେତ୍ରରେ ଆଧାର ନମ୍ବର ବ୍ୟବହାର ଦ୍ୱାରା ବ୍ୟକ୍ତିଗତ ଗୋପନୀୟତା ଅଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ଦୀର୍ଘଦିନ ଧରି ମାମଲା ଶୁଣାଣି ପରେ ସୁପ୍ରିମକୋର୍ଟ କହିଥିଲେ ଯେ ଆଧାର ବୈଧ କିନ୍ତୁ ବାଧ୍ୟତାମୂଳକ ନୁହେଁ। ଆଧାର ପାଇଁ କୌଣସି ବ୍ୟକ୍ତିଙ୍କୁ ଜନକଲ୍ୟାଣକାରୀ ଯୋଜନାରୁ ବଞ୍ଚିତ କରାଯାଇପାରିବ ନାହିଁ କି କୌଣସି ପିଲାଙ୍କୁ ସ୍କୁଲ୍‍ରେ ନାମ ଲେଖାରୁ ଦୂରେଇ ରଖାଯାଇପାରିବ ନାହିଁ। ସେହିପରି ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍‍ ସିମ୍‍ କାର୍ଡ ପାଇଁ ମଧ୍ୟ ଆଧାରକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ କି କୌଣସି ଘରୋଇ ଅନୁଷ୍ଠାନ ଆଧାର ପାଇଁ ବ୍ୟକ୍ତିଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories