www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇଟି ଗାଡ଼ିରେ ଜାମ ହେଲା ଲଡୁଗାଁ ରାସ୍ତା, ଲୋକେ ହିନସ୍ତା

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ବ୍ଲକର ପ୍ରତ୍ୟେକ ଦିଗରୁ ପ୍ରଭାବଶାଳୀ ବୋଲାଉଥିବା ଏହି ଲଡୁଗାଁକୁ କାହାର ନଜର ଲାଗିଲା କେଜାଣି । କେହି ଏଠି ଶାନ୍ତିରେ ରହିପାରୁ ନାହାନ୍ତି କି ସମସ୍ୟା ଲୋକଙ୍କ ପିଛା ଛାଡୁନି । ଯଦି କେହି କାଗଜ କଲମ ଧରି ବସେ ତେବେ ସମସ୍ୟାର ଲମ୍ବା ତାଲିକା ଆଉ ଦୁର୍ନୀତିଖୋର ଓ ଅତ୍ୟାଚାରୀଙ୍କ କାହାଣୀରେ ଖାତା ପୁରିଯିବ । ଏଇ ଦେଖୁ ନାହାନ୍ତି ଅଞ୍ଚଳର ସବୁଠାରୁ ପ୍ରଭାବଶାଳୀ, ଶିଳ୍ପପତି, ରାଜନେତା, କୁଜିନେତା, ଏପରିକି ଛଦ୍ମବେଶୀ ନେତାଙ୍କ ପେଣ୍ଠସ୍ଥଳୀ ବା ମିଲର୍ସ, ବିଲ୍ଡର୍ସଙ୍କ ନଗରୀ ବୋଲାଉଥିବା ଏହି ଲଡୁଗାଁର ଦୃଶ୍ୟ । ଏପଟେ ପିକଅପକୁ ସେପଟେ ମିଲର୍ସଙ୍କ ଟ୍ରକ । ଫସିଲା ଗାଡ଼ି ଆଉ ଫସିଗଲା ମଣିଷ । ଆଉ ଯିବାକୁ ବାଟଘାଟ ନାହିଁ । ପ୍ରାୟ ଅଧ ଘଣ୍ଟା ଲୋକେ ଅପେକ୍ଷା କରି ରହିଥିଲେ । ପରେ ବାଟ ଫିଟିଥିଲା । ଅଭିଯୋଗ ହୁଏ, ବାରମ୍ବାର ଲଡୁଗାଁ ବସ୍ତିରେ ଲୋକେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏତେ ପ୍ରତିଷ୍ଠିତ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଥିବାସତ୍ତ୍ୱେ କେହି ଏହି ସମସ୍ୟାର ସମାଧାନ କରି ପାରୁନାହାନ୍ତି । ଯାହାକି ତାଙ୍କ ପାରିବା ପଣିଆକୁ ପଦାରେ ପକାଉଛି । ଅନ୍ୟପଟେ ରାସ୍ତା ଉପରେ ଜବର ଦଖଲକାରୀଙ୍କ ଉତ୍ପାତ । ଲୋକେ ଯିବେ ତ ଯିବେ କୁଆଡେ । ଯେଉଁ ବିଭାଗୀୟ ଅଧିକାରୀ ଆସନ୍ତି କିଛି କିଛି ହାତଗୁଞ୍ଜା ଆଦାୟ କରି ଚାଲିଯାଆନ୍ତି । ପୁଣି ଯେସାକୁ ତେସା ।

ସୂଚନାଯୋଗ୍ୟ ଯେ, ଦିନେ ଲଡୁଗାଁ ବାନେର ରାସ୍ତା ପାଇଁ ଜନସାଧାରଣ ଆନ୍ଦୋଳନ କରିଥିଲେ । ତାହା ବି ଫସର ଫାଟିଗଲା । ପୁଣି ଏବେ ଅତିଷ୍ଟ ହୋଇ ଏହି ଲଡୁଗାଁ ଟ୍ରାଫିକ ସମସ୍ୟା ଓ ରାସ୍ତା ସମସ୍ୟା ଦୂର କରିବା ସହ ଜବରଦଖଲକାରୀଙ୍କ ପ୍ରତି ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଲୋକେ ଦାବୀ କରୁଛନ୍ତି । ନଚେତ୍ ଆଗାମୀ ଦିନରେ ଭୟଙ୍କର ଜନ ଅସନ୍ତୋଷ ବାତାବରଣ ସୃଷ୍ଟି ହେବାସହ ଆନ୍ଦୋଳନ କରିବାକୁ ଜନସାଧାରଣ ଚେତାବନୀ ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories