www.samajalive.in
Monday, December 8, 2025
24.1 C
Bhubaneswar

କାଶ୍ମୀରରେ ଗଣଭୋଟ ପାଇଁ ଦାବି କଲେ ଇମ୍ରାନ

ଇସଲାମାବାଦ : କାଶ୍ମୀର ପ୍ରସଙ୍ଗକୁ ଆଧାର କରି ଭାରତକୁ ନିଶାଣ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ରବିବାର ଇମ୍ରାନ ତାଙ୍କ ଟ୍ବିଟରରେ ଲେଖିଛନ୍ତି ଯେ କାଶ୍ମୀରରେ ଯେଉଁ ମାନବାଧିକାର ଉଲ୍ଲଙ୍ଘନ ହେଉଛି ତାକୁ ସେ ଜାତିସଂଘରେ ଉପସ୍ଥାପନ କରିବେ। ଦୁଇଦିନ ତଳେ କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ସାଧାରଣ ନାଗରିକ (ପଥର ଫିଙ୍ଗାଳି)ଙ୍କ ମୃତ୍ୟୁ ହେବା ଘଟଣାକୁ ଆଧାର କରି ଇମ୍ରାନ ଭାରତକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଜାମ୍ମୁ-କାଶ୍ମୀରରେ ଗଣଭୋଟ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିବା ଦରକାର। ଇମ୍ରାନ କହିଛନ୍ତି ଯେ ’ସୁରକ୍ଷାକର୍ମୀଙ୍କ ଗୁଳିରେ କାଶ୍ମୀରରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ନିନ୍ଦନୀୟ। ଏହି ପ୍ରସଙ୍ଗକୁ ଆମେ ଜାତିସଂଘରେ ଉଠାଇବା ସହ ଜାମ୍ମୁ-କାଶ୍ମୀରରେ ଗଣଭୋଟ ପାଇଁ ଦାବି କରିବୁ। କାଶ୍ମୀରବାସୀଙ୍କୁ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାର ସୁଯୋଗ ଦିଆଯିବା ଦରକାର।’ ସେ କହିଛନ୍ତି ଯେ କଥାବାର୍ତ୍ତା ମାଧ୍ୟମରେ କାଶ୍ମୀର ସମସ୍ୟାର ସମାଧାନ କରାଯାଇପାରିବ। ଏଥିପାଇଁ ହିଂସା ଓ ରକ୍ତପାତର ଆବଶ୍ୟକତା ନାହିଁ। ଶନିବାର ପୁଲୱାମାରେ ଭାରତୀୟ ​‌େ​ସନା, ସିଆରପିଏଫ, ଜାମ୍ମୁ-କାଶ୍ମୀର ପୁଲିସର ମିଳିତ ଅଭିଯାନରେ ୭ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ବିଭିନ୍ନ ରାଜନୈତିକ ଦଳ ଏହାର ତଦନ୍ତ ଦାବି କରିଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲିକ ଏହି ଘଟଣା ଉପରେ ତଦନ୍ତ ନିର୍ଦେଶ ଦେଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ ପ୍ରାଣ ହରାଇଥିବା ଲୋକମାନେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ଲାଗି ସେମାନଙ୍କ ଉପରକୁ ପଥର ଫିଙ୍ଗୁଥିଲେ। ତେଣୁ ଆତ୍ମରକ୍ଷା ପାଇଁ ସେମାନେ ଗୁଳି ଚଳାଇବାରୁ ୭ଜଣଙ୍କର ମୃତ୍ୟୁ ହୋଇଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories