www.samajalive.in
Monday, December 8, 2025
17.1 C
Bhubaneswar

ଜମି ମାଫିଆଙ୍କ ଧମକ; ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଲୋଡିଲେ ଦିଲୀପଙ୍କ ପତ୍ନୀ

ମୁମ୍ବଇ : ଜମି ମାଫିଆଙ୍କ ଧମକରୁ ରକ୍ଷା ପାଇବା ଲାଗି ବଲିଉଡର ଭେଟରାନ ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିବା ପୂର୍ବକ ସାକ୍ଷାତ ପାଇଁ ନିବେଦନ କରିଛନ୍ତି। ଦିଲୀପଙ୍କ ଅଫିସିଆଲ୍ ଟୁଇଟ୍‌ରରୁ ସାଇରା ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କରିଛନ୍ତି ‘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଇରା ବାନୁର ଅନୁରୋଧ; ଜମି ମାଫିଆ ସମିର ଭୋଜୱାନି ଜେଲ୍‌ରୁ ମୁକ୍ତ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ପ୍ରତିଶ୍ରୁତି ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଆମକୁ ଏବେ ଅର୍ଥ ଓ ବାହୁବଳର ଧମକ ଦିଆଯାଉଛି। ତେଣୁ ମୁମ୍ବଇରେ ଆପଣକୁ ଭେଟିବାକୁ ଚାହୁଁଛି।’ ଦିଲୀପ ଓ ସାଇରାଙ୍କ ମୁମ୍ବଇସ୍ଥିତ ପାଲି ହିଲ୍ ବଙ୍ଗଳାକୁ ଜବରଦଖଲ କରିଥିବା ମାଫିଆ ସମିର ଭୋଜୱାନି ଜେଲ୍‌ରୁ ମୁକ୍ତ ହେବା ପରେ ସାଇରା ନିଜକୁ ବିପଦ ମଣିବା ସହ ଏହି ନିବେଦନ କରିଛନ୍ତି। ଏହି ଘଟଣା ପାଇଁ ସମିର ଗିରଫ ହୋଇ ଜେଲ୍ ଯାଇଥିବାବେଳେ ଏବେ ମୁକ୍ତ ହୋଇଛି। ସାଇରା ଅଭିଯୋଗ କରିଛନ୍ତି ଯେ ଜାଲ୍ କାଗଜପତ୍ର ମାଧ୍ୟମରେ ସମିର ପାଲି ହିଲ ବଙ୍ଗଳାକୁ ନିଜର ବୋଲି ଦାବି କରିଆସୁଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories