www.samajalive.in
Sunday, December 7, 2025
26.1 C
Bhubaneswar

ଯୁବ ଗବେଷକ ମନୀଷ ମହାନ୍ତ; କରଞ୍ଜିଆରୁ ଭର୍ଜିନିଆ ଯାତ୍ରା

କରଞ୍ଜିଆ: କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍‌ ଭୋଳପଡ଼ା ଗାଁର ମନୀଷ କୁମାର ମହାନ୍ତ। ମନୀଷ ଏବେ ରାଜ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଛନ୍ତି। ଜଣେ ଯୁବ ଗବେଷକ ଭାବେ କରଞ୍ଜିଆରୁ ତାଙ୍କ ଭର୍ଜିନିଆ ଯାତ୍ରା ଅନ୍ୟମାନଙ୍କୁ କାହାଣୀ ଭଳି ଲାଗୁଥିଲେ ହେଁ ମନୀଷଙ୍କ ପ୍ରଚେଷ୍ଟା ଓ ଅଧ୍ୟବସାୟ ତାଙ୍କୁ ଏଭଳି ସଫଳତା ଦେଇଛି। କେନ୍ଦୁଝରର ସାହାରାପଡା ତାଙ୍କ ମୂଳ ଘର। ପିତା କମଳାକାନ୍ତ ମହାନ୍ତ ଓ ମା’ ଦୁର୍ମିଳାମଣି ମହାନ୍ତଙ୍କ ଏକମାତ୍ର ପୁଅ ମନୀଷ। ଉଭୟ ବାପା-ମା’ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ। ଏବେ ପିତା-ମାତା ମୟୂରଭଞ୍ଜ ଜିଲା ପାଞ୍ଚପୀଢ ଉପଖଣ୍ଡର ସଦର ମହକୁମା କରଞ୍ଜିଆରେ ରହୁଛନ୍ତି। କରଞ୍ଜିଆ ଖଜୁରୀସାଗର ହାଇସ୍କୁଲରୁ ମାଟ୍ରିକ, ଭୁବନେଶ୍ୱର ରୟାଲ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବିଜେବି କଲେଜରୁ ଯୁକ୍ତ ୩ ବିଜ୍ଞାନ ଡିଗ୍ରୀ ଆଦି ସବୁଥିରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଧାନବାଦରେ ସ୍ନାତକୋତ୍ତର ଏବଂ ସିଏସ୍‌ଆଇଆର ଓ ଜେଆରଏଫ୍‌ ପାଇ ୨୦୨୨ ମସିହାରେ ପଞ୍ଜାବର ମୋହାଲିସ୍ଥିତ ‘ଆଇଜର’ରୁ ପିଏଚ୍‌ଡି ଲାଭ କରିଥିଲେ। ଚାକିରୀ ପ୍ରତି ଆଗ୍ରହ ନରଖି ଉଚ୍ଚତ୍ତର ଗବେଷଣା ପାଇଁ ସେ ମୋହାଲିରେ ‘ନାନୋ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି’ ଅଧ୍ୟୟନ କାଳରେ କର୍ଣ୍ଣାଟକ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ, ଆଇଟି, ବିଟି ଏବଂ ଏସ୍‌ଆଣ୍ଡଟି ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ବେଙ୍ଗାଳୁରୁ ଇଣ୍ଡିଆ ନାନୋ ଛାତ୍ରବୃତ୍ତି ମିଳିଥିଲା। ପରେ ଆମେରିକାନ୍‌ ଫିଜିକାଲ ସୋସାଇଟିର ମ୍ୟାଟେରିଆଲ ଫିଜିକ୍ସ ବିଭାଗରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୧୦ ଗବେଷକଙ୍କ ମଧ୍ୟରୁ ଭାରତର ଡ଼. ମନୀଷ କୁମାର ମହାନ୍ତ ୭ମ ସ୍ଥାନ ଅଧିକାର କରିଛନ୍ତି। ପୋଷ୍ଟ-ଡକ୍ଟରାଲ ଟ୍ରାଭେଲ ଆୱାର୍ଡ-୨୦୨୪ ପାଇ ଓଡିଶାର ସମ୍ମାନକୁ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଉପରକୁ ନେଇଛନ୍ତି। ଏହି ଆୱାର୍ଡ ପରେ ସେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଫିଜିକ୍ସ ବିଭାଗରେ ନିଯୁକ୍ତି ପାଇଛନ୍ତି। ମନୀଷ ଓଡ଼ିଶାର କଳା, ସଂସ୍କୃତି ଓ ଶିକ୍ଷାକୁ ରାଷ୍ଟ୍ରୀୟ ଓ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇଥିବା ଯୋଗୁଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ସମ୍ମାନିତ କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories