www.samajalive.in
Tuesday, December 9, 2025
17.1 C
Bhubaneswar

ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ପୁଲିସ ପଡିଆ ଠାରେ ୮୯ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି। ଗଞ୍ଜାମ ପୁଲିସ ଜିଲ୍ଲା ଏସପି ଜଗମୋହନ ମୀନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଜିର ଦିବସ ଓଡିଶା ପୁଲିସ ପାଇଁ ଗର୍ବ ଓ ଗୌରବର ଦିବସ। ଜନ ସାଧାରଣଙ୍କ ସେବା ମନଭାବ ନେଇ ନିଜକୁ ଉତ୍ସର୍ଗ କରିବା। ଏହି ସଙ୍କଳ୍ପ ହିଁ ହେବ ଆମମାନଙ୍କ ପାଇଁ ସହିଦ୍‌ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଉପସ୍ଥିତ ପୁଲିସ ବାହିନୀକୁ ଉଦ୍‌ବୋଧନ ଦେଇଥିଲେ। ଧନଜୀବନ ଓ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟ ପୁଲିସ କାର୍ଯ୍ୟକାରୀ କରି ଆସୁଛି।
ପୁଲିସ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟକରି ଲୋକଙ୍କୁ ସୁରକ୍ଷା ଯୋଗାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ମଧ୍ୟ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପନ୍ଥା। ଆଇନଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ କରୁଛି ପୁଲିସ। ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ହେଉଛି ଆମ୍ଭର ପ୍ରଥମ ଧର୍ମ। ୧୯୩୬ ମସିହାରୁ ଏହି ଦିବସ ପାଳନ କରାଯାଉଅଛି। ଏହି ଅବସରରେ ଏସପି ଶ୍ରୀ ମୀନା ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ସମାରୋହରେ ରିଜର୍ଭ ଇନିସପେକ୍ଟର ଅମୁଲ୍ୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ପ୍ୟାରେଡ୍ ପରିଚାଳନା କରାଯାଇଥିଲା। ଏହି ସମାରୋହରେ ଗଞ୍ଜାମ ପୁଲିସ ଜିଲ୍ଲାରେ କର୍ତ୍ତବ୍ୟନିଷ୍ଠା ଓ ସାହସିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବା ୪ ଜଣକୁ ପୁରସ୍କୃତ କରାଯାଇଥିଲା। କୋଟିନାଡା ଥାନା ସବ୍‌ଇନ୍ସପେକ୍ଟର ସତ୍ୟବ୍ରତ ସାହୁ, ଗଞ୍ଜାମ ଆରକ୍ଷୀ ଜିଲ୍ଲାର ଶ୍ରେଷ୍ଠ ସିଆଇ ଭାବେ ରମ୍ଭା ଥାନା ହାବିଲଦାର ରାମଚନ୍ଦ୍ର ମୁଦୁଲି, ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟ କାହ୍ନୁଚରଣ ପଣ୍ଡା ଶ୍ରେଷ୍ଠ କନଷ୍ଟେବଳ ଓ ଶ୍ରେଷ୍ଠ ଏପିଆର କନଷ୍ଟେବଳ ଶିଶିର କୁମାର ପ୍ରଧାନଙ୍କୁ ଏସ୍‌ପି ସମ୍ମାନିତ କରିବା ସହ ପୁରସ୍କୃତ କରିଥିଲେ। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା, ରଜତ କୁମାର ପୃଷ୍ଟି, ରାଜୀବ ଲୋଚନ ପଣ୍ଡା, ପ୍ରୋବିସନାଲ ଆଇପିଏସ ଏବି ଶିଳ୍ପା, ଡିଏସପି ସନ୍ତୋଷ କୁମାର ବାରିକ, ଡିଆଇଭି ଡିଏସପି ରଞ୍ଜନ କୁମାର ଦେ, ଏସଡିପିଓ ଗୌରହରି ସାହୁ, ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସ, ମୁଖ୍ୟ କିରାଣୀ ଏ.ରାବଣା ରାଓ, ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ , ସଂପାଦକ ସୁବାସ ସେଠୀଙ୍କ ସମେତ ବହୁ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories