www.samajalive.in
Monday, December 8, 2025
17.1 C
Bhubaneswar

ସମ୍ବଲପୁରୀ ଶାଢ଼ି ଖରିଦ ସହ ବରାଦ କଲେ ନୀତା ଅମ୍ବାନୀ

ସମ୍ବଲପୁର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସହଧର୍ମିଣୀ ନୀତା ଅମ୍ବାନୀ ସମ୍ବଲପୁରୀ ବାନ୍ଧକଳାରେ ମନ୍ତ୍ରମୁଗ୍ଧ ହୋଇ ଉଚ୍ଚ ପ୍ରଶଂସା କରିଛନ୍ତି। ସମ୍ବଲପୁରୀ ବସ୍ତ୍ରର ତନାବୁନା, ମଙ୍ଗାରେ ବାନ୍ଧକଳା ଦେଖିବା ସହ ଏହି ବସ୍ତ୍ର ବାବଦରେ ଓଡ଼ିଶାର ବରପାଲି ନିବାସୀ ବାନ୍ଧକଳା ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ମକରଧ୍ୱଜ ମେହେର ଓ ସୁକାନ୍ତି ମହେରେ ଦମ୍ପତ୍ତିଙ୍କ ସହ ଆଲୋଚନା କରିଛନ୍ତି। ଗତ ୨୮ ତାରିଖ ସନ୍ଧ୍ୟାରେ ମୁମ୍ବାଇ ସ୍ଥିତ ନୀତା-ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରେ ଚାଲିଥିବା ସ୍ୱଦେଶ ମେଳାରେ ବିଭିନ୍ନ ରାଜ୍ୟର ପାରମ୍ପାରିକ କଳାକୁଶଳତା ପରିଦଶନ ପାଇଁ ନୀତା ଅମ୍ବାନୀ ପହଞ୍ଚିଥିଲେ। ଏହି ମେଳାରେ ଓଡ଼ିଶା ପକ୍ଷରୁ ବରପାଲିର ମେହେର ଦମ୍ପତ୍ତି ଇକତ ମଣ୍ଡପ କରି ସମ୍ବଲପୁରୀ ବାନ୍ଧକଳାର ବିଭିନ୍ନ ପର୍ଯ୍ୟାୟ ସହ ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି। ନିତା ଅମ୍ବାନୀ, ମେହେର ଦାମ୍ପତ୍ତିଙ୍କ ସହ ଦୀର୍ଘ ଅସମୟ ଧରି ସମ୍ବଲପୁରୀ ବୟନକଳା ବାବଦରେ ଆଲୋଚନା କରିଥିଲେ। ନୀତା ଦୁଇଟି ସପ୍ତାପର ଓ ପେପର ବାନ୍ଧକଳା ଶାଢ଼ୀ ଖରିଦ୍‌‌ କରିବା ସହ ଆଉ ଦୁଇଟି ଶାଢ଼ୀ ବରାଦ କରିଥିଲେ। ଏହି ଅବସରରେ ମେହେର ଦମ୍ପତ୍ତି ନୀତାଙ୍କୁ ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବାନ୍ଧକଳା ୱାଲ ହ୍ୟାଙ୍ଗିଙ୍ଗ ସୌଜନ୍ୟତା ପୂର୍ବକ ପ୍ରଦାନ କରିତରଲେ। ଆଲୋଚନା କାଳରେ ସୁକାନ୍ତି ତାଙ୍କ ବୁଣାକାର ଜୀବନ, ଓଡ଼ିଶାର ଲକ୍ଷ୍ୟାଧିକ ବୁଣାକାରଙ୍କ ଜୀବନଶୈଳୀ, ବୟନ କଳା ସାମଗ୍ରୀ ବୀପଣଣ ଜରିଆରେ ଉତ୍‌‌ଥାନ ବାବଦରେ ନୀତାଙ୍କ ଦୃଷ୍ଟି ଆକର୍ଷଣ କରି ଏ ଦିଗରେ କିଛି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହି ସମୟରେ ମୁମ୍ବାଇ ସ୍ୱଦେଶ ମେଳା ପ୍ରବନ୍ଧକ ରୋହିତ ଧାୱନ ମଧ୍ୟ ଉପସ୍ଥିତ ଥିଲେ। ଭାରତର ବିଭିନ୍ନ ରାଜ୍ୟର ପାରମ୍ପରିକ ବୟନକଳା, ହସ୍ତତନ୍ତ, ହସ୍ତକଳା ସାମଗ୍ରୀର ପ୍ରଚାରପ୍ରସାର ଯୋଗାଇ ଦେବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ମୁମ୍ବାଇଠାରେ ଏହି ସ୍ୱଦେଶ ମେଳା ଚାଲିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories