www.samajalive.in
Wednesday, December 10, 2025
18.1 C
Bhubaneswar

୨୪ରେ ଆଇଜର୍‍ ସ୍ଥାୟୀ କ୍ୟାମ୍ପସ ଶିଳାନ୍ୟାସ କରିବେ ମୋଦୀ

ବ୍ରହ୍ମପୁର: ଆସନ୍ତା ୨୪ ତାରିଖରେ ବ୍ରହ୍ମପୁର ଆଇଜର୍‍ର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶିଳାନ୍ୟାସ କରିବେ। ତେବେ ମୋଦୀ ବ୍ରହ୍ମପୁରକୁ ନଆସି ଭୁବନେଶ୍ୱରଠାରେ ସୁଇଚ ଟିପି ଶିଳାନ୍ୟାସ କରିବେ ବୋଲି ବ୍ରହ୍ମପୁର ଆଇଜର୍‍ର ନିର୍ଦେଶକ କେଭିଆର୍‍ ଚାରିଙ୍କଠାରୁ ସୂଚନା ମିଳିଛି। ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ। ଶିଳାନ୍ୟାସ ଭୁବନେଶ୍ୱରଠାରେ ହେବାକୁ
ଥିଲେ ମଧ୍ୟ ବ୍ରହ୍ମପୁର ସନ୍ନିକଟ ଲଉଡିଗାଁଠାରେ ପ୍ରସ୍ତାବିତ ସ୍ଥଳରେ ଏକ ସଭା ହେବ ବୋଲି ସୂଚନା ମିଳିଛି। ଲଉଡ଼ିଗାଁଠାରେ ଆଇଜର ସ୍ଥାୟୀ କ୍ୟାମ୍ପସ ପାଇଁ ୨୦୦ ଏକର ଜମି ଚିହ୍ନଟ ହୋଇଛି। ୨୦୧୬ରେ ବ୍ରହ୍ମପୁରରେ ଜାତୀୟ ଅନୁଷ୍ଠାନ ଆଇଜର ସ୍ଥାପନ ହେବ ବୋଲି ଘୋଷଣା ହୋଇଥିଲା। ଏଥିପାଇଁ ସ୍ଥାନ ଚିହ୍ନଟ କରାଯିବାରେ ବିଳମ୍ବ ହୋଇଥିଲା। ଏକାଧିକ ସ୍ଥାନ ଅନୁଧ୍ୟାନ ପରେ ସହର ସନ୍ନିକଟ ଲଉଡିଗାଁଠାରେ ଆଇଜର ସ୍ଥାୟୀ କ୍ୟାମ୍ପସ ପାଇଁ ସ୍ଥିର ହୋଇଥିଲା। ଏହାପରେ ଜାତୀୟସ୍ତରରେ ଏଥିପାଇଁ ନାମଲେଖା ହେବା ପରେ ୨୦୧୬ ଅଗଷ୍ଟରୁ ବ୍ରହ୍ମପୁର ଆଇଟିଆଇଠାରେ ଆଇଜରର ଅସ୍ଥାୟୀ କ୍ୟାମ୍ପସ ଖୋଲିଥିଲା। ଲଉଡ଼ିଗାଁରେ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହେବା ପର୍ଯ୍ୟନ୍ତ ଆଇଟିଆଇଠାରେ ଆଇଜରର ଅସ୍ଥାୟୀ କ୍ୟାମ୍ପସ କାର୍ଯ୍ୟ କରିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories