www.samajalive.in
Saturday, December 6, 2025
16.1 C
Bhubaneswar

ଏଣିକି ସରକାରୀ ଜମିରେ ମାଗଣାରେ କରିହେବ ଶୁଟିଂ

ମୁମ୍ବଇ: ମହାରାଷ୍ଟ୍ର ସରକାର ସିନେମା ଜଗତକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସରକାରୀ ଜମିରେ କୌଣସି ଚଳଚ୍ଚିତ୍ର, ବିଜ୍ଞାପନ, ଡକ୍ୟୁମେଣ୍ଟାରୀ କିମ୍ବା ଧାରାବାହିକ ମାଗଣାରେ ଶୁଟିଂ କରାଯାଇପାରିବ। ତେବେ ଏଥିପାଇଁ ସୁରକ୍ଷା ରାଶି ଜମା କରିବା ଆବଶ୍ୟକ ହେବ।

ସୂଚନା ଅନୁସାରେ, ବିଜ୍ଞାପନର ଶୁଟିଂ ପାଇଁ ୪୦ ହଜାର ଟଙ୍କା, ଧାରାବାହିକ ପାଇଁ ୧ ଲକ୍ଷ ଟଙ୍କା ଏବଂ ଚଳଚ୍ଚିତ୍ର ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ସୁରକ୍ଷା ରାଶି ଜମା କରିବାକୁ ପଡ଼ିବ। ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସିଇଓ ନିତିନ ତେଜ ଆହୁଜା ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ‘‘ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଆମେ ସରକାରଙ୍କ ପକ୍ଷରୁ ଏହିପରି ଆହୁରି ନିର୍ମାତା ଅନୁକୂଳ ପଦକ୍ଷେପ ଆଶା କରୁଛୁ।’’ ବିଜ୍ଞପ୍ତି ଅନୁଯାୟୀ, ସଂଗଠନଗୁଡିକୁ ଭଲ ସ୍ଥିତିରେ ଶୁଟିଂ ସ୍ଥାନ ପ୍ରଦାନ କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗ କିମ୍ବା କର୍ତ୍ତୃପକ୍ଷ ଏକ ଦେୟ ଆଦାୟ କରିବେ।

- Advertisement -

ଏହା ବ୍ୟତୀତ ସରକାରୀ ସମ୍ପତ୍ତି ନଷ୍ଟ ହେଲେ ସରକାରୀ ନିୟମ ଅନୁଯାୟୀ ସମ୍ପୃକ୍ତ ସଂସ୍ଥାଠାରୁ କ୍ଷତିପୂରଣ ଆଦାୟ କରାଯିବ। ଆଇଏମପିପିଏ ଅଧ୍ୟକ୍ଷ ଅଭୟ ସିହ୍ନା ଏହି ନିଷ୍ପତ୍ତି ଉପରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ଏଥିପାଇଁ ନିରନ୍ତର ଚେଷ୍ଟା ଜାରି ରଖିଥିଲୁ। ଏହି ପଦକ୍ଷେପ ସେହି ନିର୍ମାତାମାନଙ୍କ ପାଇଁ ସହାୟକ ହେବ ଯେଉଁମାନେ ମହାରାଷ୍ଟ୍ରରେ ଶୁଟିଂ କରିବାକୁ ଚାହୁଁଥିବେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories